ଏନ୍‌ଏସି ସୁଇପରଙ୍କୁ ମିଳୁନାହିଁ ମାସିକ ମଜୁରି, ସୁଇପର ସଂଘ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଭବାନୀପାଟଣା,୭।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ଏନ୍‌ଏସି ଆଉଟସୋର୍ସିଂ କମ୍ପାନୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଇପର କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ଓ ଇପିଏଫ ଆକାଉଣ୍ଟରେ ଟଙ୍କା ଜମା କରୁ ନ ଥିବା ଅଭିଯୋଗ ହୋଇଛି। ସୁଇପରମାନେ ଏଭଳି ଅଭିଯୋଗ ନେଇ ଧର୍ମଗଡ ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କାର୍ଯ୍ୟପାଇଁ ଭୁବନେଶ୍ୱରର ଉତ୍କଳ ଫେଲିସିଟି ପ୍ରାଇଭେଟ୍‌ ଲିମିଟେଡ ନାମକ ଏକ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଇଛି ା ଚୁକ୍ତି ଭିତ୍ତିରେ ଏହି ସଂସ୍ଥା ବର୍ଷକ ପାଇ ଏହି ଠିକା ନେଇଛିା ସଂପୃକ୍ତ ସଂସ୍ଥା ସଫେଇ କାର୍ଯ୍ୟ ପାଇଁ ଏନ୍‌ଏସିରୁ ମାସିକ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କାର ଚୁକ୍ତି କରିଛି। ମାତ୍ର ଗତ ଦୁଇମାସ ହେବ ଏହି ସଂସ୍ଥା ନିୟୋଜିତ କରିଥିବା ସୁଇପର / ସୁପରଭାଇଜର କର୍ମଚାରୀଙ୍କୁ ସେମାନଙ୍କ ମାସିକ ମଜୁରି ପ୍ରଦାନ କରୁନାହିଁ। ଯାହାକୁ ନେଇ ସୁଇପରମାନେ ଧର୍ମଗଡ ଉପଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।