Categories: ଜାତୀୟ

୧୧ ମାସରେ ୧୯୬ ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ,୩୦।୧୧: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଚଳିତ ୨୦୨୧ ବର୍ଷରେ ନଭେମ୍ବର ୧୫ ସୁଦ୍ଧା ଗତ ୧୧ ମାସ ମଧ୍ୟରେ ମୋଟ ୧୯୬ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୪୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭୨ ଜଣ ଆହତ ହୋଇଛନ୍ତି।

ସେହିପରି ୩୫ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଛନ୍ତି। ଅପରପକ୍ଷରେ ୮୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ସୋମବାର ରାଜ୍ୟ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଥିଲେ ଯେ, ଗତ ୩ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୧,୦୩୩ ଆତଙ୍କବାଦୀ ଆକ୍ରମଣ ଘଟିଛି। ସେଥିମଧ୍ୟରୁ ୨୦୧୯ରେ ସର୍ବାଧିକ ୫୯୪ ଆତଙ୍କବାଦୀ ଆକ୍ରମଣ ଘଟିଥିବା ସେ ସୂଚନା ପ୍ରଦାନ କରିଥିଲେ।

Share