ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର…

ଇସଲାମାବାଦ/ନୂଆଦିଲ୍ଲୀ,୧୩।୫ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା।

ସେମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ଗିରଫ କରିଥିଲେ। ଗୁରୁବାର ସାରେ କରାଚିର ମଲିର ଜେଲରୁ ସେମାନଙ୍କୁ ମୁକ୍ତ କରାଯାଇଥିଲା।
ମଲିର ଜେଲ ଅଧୀକ୍ଷକ ନାଜିର ଟ୍ୟୁନିଓ କହିଛନ୍ତି, ସେ ଭାରତୀୟ ଧୀବର କଏଦୀମାନଙ୍କର ପ୍ରଥମ ବ୍ୟାଚ ମୁକ୍ତ କରିଛନ୍ତି ଏବଂ ଜୁନ ଓଜୁଲାଇରେ ଆଉ ଦୁଇଜଣଙ୍କୁ ମୁକ୍ତ କରାଯିବ। ସେ କହିଛନ୍ତି, ଆମେ ଗୁରୁବାର ୧୯୮ କଏଦୀଙ୍କୁ ମୁକ୍ତ କରିଥିବାବେଳେ ୨୦୦ ଏବଂ ୧୦୦ ଜଣଙ୍କୁ ପରେ ମୁକ୍ତ କରାଯିବ। ଟ୍ୟୁନିଓ କହିଛନ୍ତି, ଗୁରୁବାର ୨୦୦ଜଣ ଭାରତୀୟଧୀବରଙ୍କୁ ମାଲିର ଜେଲରୁ ମୁକ୍ତ କରାଯିବାରଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ଘଟିଥିଲା।

ମୃତ ଦୁଇ ଧୀବରଙ୍କ ମଧ୍ୟରେ ମହମ୍ମଦ ଜୁଲଫିକରଙ୍କୀ ମେ ୬ ରେ ଦେହାନ୍ତ ହୋଇଥିବା ଏବଂ ସୋମ ଦେବଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ମେ ୯ ରେ ପାକିସ୍ତାନୀ ଜେଲରେ ଦେହାନ୍ତ ହୋଇଥିଲା। ଭାରତକୁ ଅଣାଯିବା ପର୍ଯ୍ୟନ୍ତ ସେମାନଙ୍କ ମୃତଦେହକୁ ଏଡି ଫାଉଣ୍ଡେଶନର ଶବଦାହରେ ରଖାଯାଇଛି। ପ୍ରାୟ ସାଢ଼େ ଚାରି ବର୍ଷ ପୂର୍ବେ ସମୁଦ୍ରରେ ଗିରଫ ହୋଇଥିବା ଏବଂ ମାଲିର ଜେଲରେ ରଖାଯାଇଥିବା ଭାରତୀୟ ଧୀବରଙ୍କ ମଧ୍ୟରେ ସୋମ ଦେବ ଏବଂ ତାଙ୍କ ପୁତୁରା ମଧ୍ୟ ଥିଲେ।

Share