ଗାଜାରେ ୧୯୮ ନିହତ…

ଜେରୁଜେଲମ,୭।୧୦ : ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ ଯାହାକୁ ଦେଖିଲେ ଗୁଳି ଚଳାଇଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ନେଇ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି।

ଏହି ଅକ୍ରମଣରେ ୪୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ତେବେ ଇସ୍ରାଏଲ ପ୍ରତିଶୋଧ ନେବାକୁ ଯୋଜନା କରିଛି। ଇଛି। ଗାଜା ଅଞ୍ଚଳରେ ଆକ୍ରମଣରେ ୧୯୮ ନିହତ ହୋଇଥିବା ସହିତ ୧,୬୧୦ ଜଣ ଆହତ ହୋଇଥିବା ପାଲେଷ୍ଟାଇନ କହିଛି। ଏହା ସହିତ କେତେକ ହମାସ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ ଦାବି କରିଛି।

Share