ରାଜ୍ୟରେ ଆଜି ୧୯୮୨ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ୩୦୦

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୧୯୮୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୫ ଏବଂ ଅନୁଗୋଳରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୮୬, ବରଗଡ଼ ୪୬, ଭଦ୍ରକ ୬୩, ବଲାଙ୍ଗୀର ୮୮, ବୌଦ୍ଧ ୧୧, ଦେବଗଡ଼ ୧୪, ଢେଙ୍କାନାଳ ୫୫, ଗଜପତି ୧୦, ଗଞ୍ଜାମ ୨୪, ଜଗତସିଂହପୁର ୫୫, ଯାଜପୁର ୮୬, ଝାରସୁଗୁଡ଼ା ୫୦, କଳାହାଣ୍ଡି ୪୩, କନ୍ଧମାଳ ୨୩, କେନ୍ଦ୍ରାପଡ଼ା ୬୫, କେନ୍ଦୁଝର ୫୯, କୋରାପୁଟ ୪୨, ମାଲକାନଗିରି ୪୧, ମୟୂରଭଞ୍ଜ ୧୦୭, ନବରଙ୍ଗପୁର ୫୨, ନୟାଗଡ଼ ୩୩, ନୂଆପଡ଼ା ୩୭, ପୁରୀ ୭୨, ରାୟଗଡ଼ା ୧୦, ସମ୍ବଲପୁର ୩୮ ଏବଂ ସୋନପୁର ଏବଂ ସୁନ୍ଦରଗଡ଼ରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଥିବା ବେଳେ ୨,୪୬,୮୩୭ ଜଣ ସୁସ୍ଥ ହୋଇଛନ୍ତି। ୨୨,୩୦୪ ଜଣ ଚିକିତ୍ସିତ ହେଉଛନ୍ତି।

Share