Categories: ଜାତୀୟ

୧୯୮୪ ଶିଖ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ,୨୦।୯ : ୧୯୮୪ ଶିଖ ଦଙ୍ଗା ରେ ଦିଲ୍ଲୀର ସୁଲତାନପୁରୀରେ ୬ ଜଣଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ କଂଗ୍ରେସର ପୂର୍ବତନ ଏମପି ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଏହି ମାମଲାର ଶୁଣାଣି ବେଳେ ସିବିଆଇ ସାକ୍ଷୀ ଚାମ କୌର କହିଥିଲେ ଦଙ୍ଗା ସମୟରେ ସଜ୍ଜନ କୁମାର ଜନତାଙ୍କୁ ଉସୁକାଇଥିଲେ। ସମସ୍ତ ସାକ୍ଷୀଙ୍କ ଶୁଣାଣି ପରେ ଏବଂ ପ୍ରମାଣ ଆଧାରରେ କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ପ୍ରାୟ ୧୩ବର୍ଷ ପୂର୍ବେ, ଜୁଲାଇ ୨୦୧୦ ରେ, କରକାର୍ଡୋମା କୋର୍ଟ ଶିଖ ବିରୋଧୀ ଦଙ୍ଗା ସମୟରେ ସୁଲତାନପୁରୀରେ ୬ଜଣଙ୍କୁ ହତ୍ୟା ମାମଲାରେ ସଜ୍ଜନ କୁମାର, ବ୍ରାହ୍ମଣାନନ୍ଦ, ପେରୁ, କୁଶଲ ସିଂ ଏବଂ ବେଦ ପ୍ରକାଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଦଙ୍ଗା ସମୟରେ ଗୁରୁଦ୍ୱାରାରେ ନିଆଁ ଲଗାଇ ଦେଇଥିବା ନେଇପୂର୍ବତନ କଂଗ୍ରେସ ନେତାଙ୍କ ବିରୋଧ ମଧ୍ୟ ଅଭିଯୋଗ ହୋଇଥିଲା। ଗତ ମାସରେ ଏହି ମାମଲାର ଶୁଣାଣି ସମୟରେ ନିମ୍ନ ଅଦାଲତ ସଜ୍ଜନ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲେ। ଅଦାଲତ କହିଥିଲେ ସେ ଲୋକଙ୍କୁ ଉସୁକାଇଥିଲେ।

Share