Categories: ଜାତୀୟ

୧୯୯୮ ରାୟର ପୁନଃ ଯାଞ୍ଚ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଏମ୍‌ପିମାନଙ୍କୁ ଲାଞ୍ଚ ଦେବା ଘଟଣାରେ ପି.ଭି. ନରସିଂହ ରାଓ ସରକାରଙ୍କ ସମ୍ପୃକ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ୧୯୯୮ ରାୟର ପୁନଃ ଯାଞ୍ଚ କରିବା ଲାଗି ସର୍ବୋଚ୍ଚ ଅଦାଲତ ବୁଧବାର ରାଜି ହୋଇଛନ୍ତି। ଏହା ଏକ ଗୁରୁତ୍ୱର୍ପୂ୍‌ଣ୍ଣ ପ୍ରସଙ୍ଗ ଯାହା ରାଜନୈତିକ ନୈତିକତା ବହନ କରୁଥିବା ଅଦାଲତ କହିଛନ୍ତି।

୧୯୯୩ରେ ନରସିଂହ ରାୟ ପ୍ରଧାନମନ୍ତ୍ରୀ ଥିବାବେଳେ ପାର୍ଲାମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଅନାସ୍ଥା ପ୍ରସ୍ତାବରେ ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଜେଏମ୍‌ଏମ୍‌ ଏମ୍‌ପିମାନଙ୍କୁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭାଗୁଡ଼ିକରେ ବକ୍ତବ୍ୟ ଦେବା କିମ୍ବା ଭୋଟ ଦେବା ପାଇଁ ଲାଞ୍ଚ ନେବା ପ୍ରସଙ୍ଗରେ ଏମ୍‌ପି ଏବଂ ବିଧାୟକମାନଙ୍କୁ ମକଦ୍ଦମାରୁ ବାଦ୍‌ ଦିଆଯିବ କି ନାହିଁ, ଏନେଇ ୧୯୯୮ ରାୟର ପୁନଃ ଅନୁଧ୍ୟାନ କରାଯିବ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ କହିଛନ୍ତି।

ଏଥିପାଇଁ ସର୍ବୋଚ୍ଚ ଅଦାଲତ ୭ ଜଣିଆ ପୀଠ ଗଠନ କରାଯିବ। ଉକ୍ତ ପ୍ରସଙ୍ଗର ବ୍ୟାପକ ପ୍ରଭାବ ଓ ଗୁରୁତ୍ୱ ରହିଥିବାରୁ ୨୦୧୯ରେ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହାକୁ ୫ ଜଣିଆ ପୀଠକୁ ପଠାଇଥିଲେ। ଜେଏମ୍‌ଏମ୍‌ ବିଧାୟକ ସୀତା ସୋରେନ୍‌ଙ୍କ ଆବେଦନ ଉପରେ ୩ ଜଣିଆ ଖଣ୍ଡପୀଠ ଉପରୋକ୍ତ ଲାଞ୍ଚ ମାମଲାର ପୁନଃ ଯାଞ୍ଚ କରିବାକୁ କହିଛନ୍ତି।

Share