୧୯୯୯ ମହାବାତ୍ୟା ବ୍ୟାପକ କ୍ଷତି ଘଟାଇଥିଲା: ସିଏସ୍‌

ଭୁବନେଶ୍ବର, ୧୮ା୪(ବ୍ୟୁରୋ): ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ପକ୍ଷରୁ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କୁ ନେଇ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏହି ‘ଜେନ୍‌ ନେକ୍ସଟ୍‌-ଡେମୋକ୍ରାସି-ନେଟ୍‌ ୱର୍କ’ ଆଲୋଚନାଚକ୍ରରେ ମୁଖ୍ୟ ଶାସନ ସଚିବ(ସିଏସ୍‌) ପ୍ରଦୀପ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ରରେ ବେଲଜିୟମ, ବ୍ରାଜିଲ, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ୍‌ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶରୁ ୨୬ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଲୋକସେବା ଭବନ ସ୍ଥିତ କନଭେନଶନ ସେଣ୍ଟରଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଯୋଗଦେଇ କହିଛନ୍ତି, ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିପାରିଛି।
ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଅନୁଭୂତି ବିଷୟରେ ମୁଖ୍ୟ ଶାସନ ସଚିବ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ଯୁବ ପ୍ରତିନିଧି ୧୯୯୯ ମହାବାତ୍ୟା ରାଜ୍ୟର ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ବୋଲି କହିଥିଲେ। ଏହି ବାତ୍ୟା ସମ୍ପର୍କରେ ଅସ୍ପଷ୍ଟ ଆକଳନ, ଆମର ଯଥେଷ୍ଟ ପ୍ରସ୍ତୁତି ନ ରହିବା, ବାତ୍ୟା ସମୟରେ ୨୬୯ ରୁ ୩୦୦ କି.ମି. ପ୍ରତି ଘଣ୍ଟା ପବନର ବେଗକୁ ସମ୍ମୁଖୀନ ହେବାରେ ଆମର କ୍ଷମତା ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିର ଅଭାବ ଯୋଗୁ ଓଡ଼ିଶାରେ ପ୍ରାୟ ୧୦ ହଜାର ଜୀବନ ହାନି ଘଟିଥିଲା। ଏହାସହ ୧୮ ଲକ୍ଷ ହେକ୍ଟର ଫସଲ ନଷ୍ଟ ଓ ୨୦ ଲକ୍ଷ ଘର ଭାଙ୍ଗିଥିଲା। ୨୦୧୩ରେ ‘ଫାଇଲିନ୍‌’ ବାତ୍ୟାରେ ୨୧ ଜଣ, ୨୦୧୪ରେ ‘ହୁଡ୍‌ ହୁଡ୍‌’ରେ ୩ ଜଣ, ୨୦୧୮ ‘ତିତ୍‌ଲି’ରେ ଭୂସ୍ଖଳନ ଯୋଗୁ ୭୨ ଜଣ ଓ ୨୦୧୯ ରେ ‘ଫନୀ’ ଗ୍ରୀଷ୍ମକାଳୀନ ଆକସ୍ମିକ ବାତ୍ୟାରେ ୬୪ ଜଣଙ୍କ ଜୀବନ ହାନି ଘଟିଥିବାବେଳେ ପରବର୍ତ୍ତୀ ସମୟରେ ଆମର ସୁଦୃଢ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଗୁ ଆମେ ୨୦୧୯ ‘ବୁଲ୍‌ବୁଲ୍‌’ ବାତ୍ୟାଠାରୁ ଏ ପର୍ଯ୍ୟନ୍ତ ଜିରୋ କାଜୁଆଲିଟି (ଶୂନ ମୃତାହତ)କୁ ନିଶ୍ଚିତ କରିଆସିଛୁ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆର୍‌ଏଫ୍‌) ଏବଂ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କ୍ରିୟାନୁଷ୍ଠାନ ବଳ(ଓଡ୍ରାଫ୍‌), ଅଗ୍ନିଶମ ସେବା ବ୍ୟବସ୍ଥା ସହ ଆବଶ୍ୟକ ସମୟରେ ଭାରତୀୟ ପ୍ରତିରକ୍ଷା ବାହିନୀର ସେବା ଆମର ବିପର୍ଯ୍ୟୟ ପରିଚାଳନାର ମୂଳ ପୁଞ୍ଜି ବୋଲି ସେ କହିଛନ୍ତି। ଏଥିରେ ଅଂଶଗ୍ରହଣ କରିଥିବା ବିଦେଶୀ ପ୍ରତିନିଧିମାନେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ପ୍ରଶଂସା କରିବା ସହ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଉତ୍କଣ୍ଠାର ସହ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri