Posted inଖେଳ

୧୯୯୯: ଓଡ଼ିଶାର ଦେବାଶିଷଙ୍କ ପାଇଁ ସ୍ମରଣୀୟ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ପୁନର୍ବାର ଇଂଲଣ୍ଡକୁ ଫେରିଥିଲା। ଷ୍ଟିଭ୍‌ ଓ୍ବଙ୍କ ବଳିଷ୍ଠ ନେତୃତ୍ୱରେ ଅଷ୍ଟ୍ରେଲିଆ ଏହାର ଦ୍ୱିତୀୟ ଟାଇଟଲ କରାୟତ୍ତ କରିଥିଲା। ତେବେ ଏହି ବିଶ୍ୱକପ୍‌ରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ଓଡ଼ିଶା କନେକ୍ସନ୍‌। ଓଡ଼ିଶାର ପ୍ରଥମ ଖେଳାଳି ଭାବରେ ଏକ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ଦ୍ରୁତ ବୋଲର ଦେବାଶିଷ ମହାନ୍ତି। ୬ ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇଥିବା ଦେବାଶିଷ ଭାରତର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ରହିଥିଲେ। ସେ ନିଜ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରିବା ସହିତ ୬ ମ୍ୟାଚ୍‌ରୁ ନେଇଥିଲେ ୧୦ ଉଇକେଟ। ବ୍ରିଷ୍ଟଲରେ କେନିଆ ବିପକ୍ଷରେ ୪/୫୬ର ବୋଲିଂ ଫିଗର ସହିତ ମହାନ୍ତି ହାସଲ କରିଥିଲେ ନିଜ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ପକ୍ଷରୁ ୪୫ ଦିନିକିଆ ଖେଳି ୫୭ ଉଇକେଟ ନେଇଥିବା ଦେବାଶିଷ ଏକମାତ୍ର ଓଡ଼ିଆ ଭାବରେ ବିଶ୍ୱକପ୍‌ ଇତିହାସରେ ରଚିଥିଲେ ଇତିହାସ।

ବିଶ୍ୱକପ୍‌ର ପ୍ରଥମ ୩ ସଂସ୍କରଣ ଇଂଲଣ୍ଡରେ ଆୟୋଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ ସଂସ୍କରଣ ଭିନ୍ନ ଭିନ୍ନ ଦେଶରେ ହୋଇଥିଲା। ସପ୍ତମ ସଂସ୍କରଣ ପୁନର୍ବାର ଇଂଲଣ୍ଡକୁ ଫେରିଥିବା ବେଳେ ସ୍କଟ୍‌ଲାଣ୍ଡ, ନେଦରଲାଣ୍ଡ୍ସ, ଆୟର୍ଲାଣ୍ଡ ଓ ଓ୍ବେଲ୍ସ ସହଆୟୋଜକ ରହିଥିଲେ। ୧୨ଦଳ ଟୁର୍ନାମେଣ୍ଟରେ ଭାଗ ନେଇଥିବା ବେଳେ ସମୁଦାୟ ୪୨ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ସୁପର-୬ ଫର୍ମାଟରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ୧୨ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୩ ଦଳ ସୁପର ସିକ୍ସକୁ ଉନ୍ନୀତ ହୋଇଥିଲେ। ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ ଓ ଭାରତ ସୁପର ସିକ୍ସକୁ ଉନ୍ନୀତ ହୋଇଥିଲେ। ଭାରତ ଓ ଜିମ୍ବାଓ୍ବେ ସୁପର ସିକ୍ସରୁ ବାଦ୍‌ ପଡିଥିବା ବେଳେ ଅନ୍ୟ ୪ ଦଳ ସେମିଫାଇନାଲ ଖେଳିଥିଲେ।

ଭାରତ ସୁପର ସିକ୍ସରେ ୫ ମ୍ୟାଚ୍‌ରୁ ୪ଟିରେ ପରାଜୟ ବରଣ କରି ବିଦାୟ ନେଇଥିଲା। ତେବେ ଇଂଲଣ୍ଡର ବୋଲିଂ ସହାୟକ ପିଚ୍‌ରେ ଭାରତୀୟ ପେସ୍‌ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜଭାଗଲ ଶ୍ରୀନାଥ ସର୍ବାଧିକ ୧୨ ଓ ଦେବାଶିଷ ମହାନ୍ତି ୧୦ ଉଇକେଟ ନେଇଥିଲେ। ବ୍ୟାଟିଂରେ ରାହୁଲ ଡ୍ରାଭିଡ ୪୬୧ ରନ୍‌ ସହିତ ଟୁର୍ନାମେଣ୍ଟର ହାଇଏଷ୍ଟ ସ୍କୋରର ରହିଥିଲେ। ୮ ମ୍ୟାଚରୁ ସେ ୨ ଶତକ ଓ ୩ ଅର୍ଦ୍ଧଶତକ ହାସଲ କରିଥିଲେ। ସୌରଭ ଗାଙ୍ଗୁଲି ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସହିତ ୩୭୯ ରନ୍‌ କରିଥିଲେ। ରବିନ୍‌ ସିଂ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ସହିତ ୧୫୭ ରନ କରି ୮ ଉଇକେଟ ଅକ୍ତିଆର କରିଥିଲେ।

ପିତାଙ୍କ ମୃତ୍ୟୁ ପରେ ଶତକ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପିତା ରମେଶ ତେନ୍ଦୁଲକରଙ୍କ ମେ’ ୧୯, ୧୯୯୯ରେ ମୃତ୍ୟୁ ଘଟିଥିଲା। ଏହାପରେ ତେନ୍ଦୁଲକର ଭାରତ ପ୍ରତ୍ୟାବର୍ତ୍ତନ କରି ପରିବାର ସହ ୪ ଦିନ ବିତାଇଥିଲେ। ତେବେ ପୁନର୍ବାର ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିବା ସହିତ ବ୍ରିଷ୍ଟଲରେ କେନିଆ ବିପକ୍ଷରେ ଅପରାଜିତ ୧୪୦ ରନ୍‌ର ଇନିଂସ ଖେଳିଥିଲେ। ଏହି ବିଜୟ ସହ ଭାରତ ସୁପରସିକ୍ସରେ ପ୍ରବେଶ କରିଥିଲା।

ଚୋକର୍‌: ଏହି ବିଶ୍ୱକପ୍‌ର ସେମିଫାଇନାଲରେ ପରାଜିତ ହେବା ସହିତ ଦକ୍ଷିଣ ଆଫ୍ରିକା ଟିମ୍‌ ସହିତ ଚୋକର୍‌ ଟ୍ୟାଗ ଯୋଡି ହୋଇ ଯାଇଥିଲା। ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୩ ରନ୍‌ରେ ଅଲଆଉଟ ହୋଇଥିଲା। ବଡ ମ୍ୟାଚର ଚାପ ଆଗରେ ମୁଣ୍ଡ ନୁଆଁଇବା ସହିତ ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ସ୍କୋରରେ ଅଲଆଉଟ ହୋଇଥିଲା। ସୁପର ସିକ୍ସରେ ଉନ୍ନତ ରନ୍‌ ରେଟ୍‌ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା।

ଓ୍ବାର୍ନଙ୍କ ମ୍ୟାଜିକ୍‌: ଉଭୟ ସେମିଫାଇନାଲ ଓ ଫାଇନାଲରେ ଦେଖିବାକୁ ମିଳିଥିଲା ଦିବଂଗତ ସ୍ପିନର ସେନ୍‌ ଓ୍ବାର୍ନଙ୍କ ସ୍ପିନ୍‌ ଯାଦୁକରି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମି ଓ ପାକିସ୍ତାନ ବିପକ୍ଷ ଫାଇନାଲରେ ସେ ୪ଟି ଲେଖାଏ ଉଇକେଟ ନେଇଥିଲେ। ପାକିସ୍ତାନ ମାତ୍ର ୧୩୨ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦.୧ ଓଭରରେ ୨ ଉଇକେଟରେ ୧୩୩ ରନ୍‌ କରିଥିଲା। ଓ୍ବାର୍ନ ପ୍ଲେୟର ଅଫ୍‌ ଦ ଫାଇନାଲ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁଜନର(୨୮୧ ରନ୍‌ ଓ ୧୭ ଉଇକେଟ)ଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri