ଭୁବନେଶ୍ୱର,୭ା୧(ବ୍ୟୁରୋ): ସାମ୍ସ ନିୟମ ଉଲ୍ଲଂଘନ କରି ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୧ ଜାନୁୟାରୀ ସୁଦ୍ଧା ଜବାବ ଦାଖଲ କରିବାକୁ ସଂପୃକ୍ତ ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୨-୨୩ ଶିକ୍ଷା ବର୍ଷରେ ଯେଉଁ ଛାତ୍ରୀଛାତ୍ର ସାମ୍ସ ମାଧ୍ୟମରେ ନାମ ଲେଖାଇ ନ ଥିଲେ ସେମାନଙ୍କ ନାଁ ନାମଲେଖା ତାଲିକାରେ ସାମିଲ କରିବାକୁ ଏହି ୧୯ ଡିଗ୍ରୀ କଲେଜ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯିବା ପରେ ବିଭାଗ ପକ୍ଷରୁ ଏହି କାରଣ ଦର୍ଶାଅ ନୋଟିସ ପଠାଯାଇଛି।