Categories: ଜାତୀୟ

ଅଗଷ୍ଟ ୧୪ରେ ୧୯ତମ ରାଉଣ୍ଡ ଭାରତ-ଚାଇନା ଆଲୋଚନା…

ନୂଆଦିଲ୍ଲୀ,୧୩।୮ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତାକୁ ହ୍ରାସ କରିବା ପାଇଁ ୧୪ ଅଗଷ୍ଟରେ ଚୁସୁଲ ମୋଲଡୋରେ ୧୯ ତମ ରାଉଣ୍ଡ ଆଲୋଚନା ହେବ। ଚାରିମାସ ପୂର୍ବରୁ ଅନୁଷ୍ଠିତ ୧୮ ତମ ରାଉଣ୍ଡ କଥାବାର୍ତ୍ତାର କୌଣସି ଫଳାଫଳ ମିଳି ନ ଥିଲ।

କର୍ପସ କମାଣ୍ଡର ସ୍ତରରେ ଆୟୋଜିତ ହେବାକୁ ଥିବା ଆଲୋଚନାରେ ଡେପସଙ୍ଗ ଏବଂ ଡେମୋକୋକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଉପରେ ଭାରତର ଗୁରୁତ୍ୱ ଦିଆଯିବ।

ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତ-ଚାଇନା ସୀମା ବିବାଦକୁ ସବୁଠାରୁ ବଡ଼ କୂଟନୈତିକ ଆହ୍ବାନ ବୋଲି ବର୍ଣ୍ଣନା କରିଛନ୍ତି। ଏଥି ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ସୀମା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ରଣନୈତିକ ବିଶ୍ୱାସ ଶେଷ ହୋଇଛି। ଫଳରେ ତିନି ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ସୈନ୍ୟବାହିନୀ ମୁହାଁମୁହିଁ ହୋଇଛନ୍ତି।

 

Share