Categories: ଖେଳ

ପ୍ରଥମ: ଗୋଟିଏ ମ୍ୟାଚ୍‌ରେ ୪ ଶତକ

ହାଇଦ୍ରାବାଦ,୧୧ା୧୦: ମଙ୍ଗଳବାର ଦିନିକିଆ କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି ପାକିସ୍ତାନ। ବିଶ୍ୱକପରେ ପ୍ରଥମ ଥର ଏକ ମ୍ୟାଚ୍‌ରେ ୪ ଶତକ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା କୁଶଲ ମେଣ୍ଡିସ୍‌ ଓ ସାଦିରା ସମରବିକ୍ରମାଙ୍କ ଶତକ ବଳରେ ୯ ଉଇକେଟ ହରାଇ ୩୪୪ ରନ୍‌ ସ୍କୋର କରିଥିଲା। ଜବାବରେ ଅବଦୁଲ୍ଲା ଶଫିକଙ୍କ ୧୧୩ ଓ ମହମ୍ମଦ ରିଜଓ୍ବାନଙ୍କ ୧୩୧* ରନ୍‌ ବଳରେ ପାକିସ୍ତାନ ୪୮.୨ ଓଭରରେ ଓଭରରେ ୪ ଉଇକେଟ ହରାଇ ବିଜୟୀ ହୋଇଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ୍‌ ୧୨୨ ଓ ସାଦିରା ସମରବିକ୍ରମା ୧୦୮ ରନ୍‌ କରିଥଲେ। ୭୭ ବଲ୍‌ ଖେଳି ମେଣ୍ଡିସ୍‌ ୧୪ ଚୌକା ଓ ୬ ଛକା ମାରିଥିଲେ। ଅନ୍ୟପକ୍ଷରେ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ସମରବିକ୍ରମା। ୮୯ ବଲ୍‌ ଖେଳି ସେ ୧୧ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଥୁମ୍‌ ନିଶଙ୍କା ୫୧ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ହସନ୍‌ ଅଲୀ ସର୍ବାଧିକ ୪ ଉଇକେଟ ନେଇଥିଲେ। ୩୪୫ ରନ୍‌ ଲକ୍ଷ୍ୟରେ ପାକିସ୍ତାନ ମାତ୍ର ୩୭ ରନରେ ଦୁଇ ଉଇକେଟ ହରାଇଥିଲା ପାକିସ୍ତାନ। ତେବେ ଅବଦୁଲ୍ଲା ଶଫିକ୍‌(୧୧୩) ଓ ମହମ୍ମଦ ରିଜଓ୍ବାନ(୧୩୪*) ତୃତୀୟ ଉଇକେଟରେ ୧୭୬ ରନ୍‌ ଯୋଡିଥିଲେ। ଶଫିକ୍‌ ୧୦୩ ବଲ୍‌ ଖେଳି ୧୦ ଚୌକା ଓ ୩ ଛକା ମାରିଥିଲେ। ରିଜଓ୍ବାନ ୧୨୧ ବଲ୍‌ ଖେଳି ୯ ଚୌକା ଓ ୩ ଛକା ମାରି ଦଳକୁ ବିଜୟୀ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶନକା ୨ ଉଇକେଟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଥୀଷା ପଥିରାନା ଓ ମହୀଶ ଥିକ୍‌ସାନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।ଏହା ସହିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟମ ବିଜୟ ସହ ଅପରାଜେୟ ରେକର୍ଡ ବଜାୟ ରଖିଛି ପାକିସ୍ତାନ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୫୦ ଓଭରରେ ୩୪୪/୯(କୁଶଲ ମେଣ୍ଡିସ୍‌-୧୨୨, ସାଦିରା ସମରବିକ୍ରମା-୧୦୮, ପାଥୁମ ନିଶଙ୍କା-୫୧, ହସନ ଅଲୀ-୪/୭୧, ହାରିସ୍‌ ରୌଫ୍‌-୨/୬୪, ଶଦାବ ଖାଁ-୧/୫୫)। ପାକିସ୍ତାନ ୪୮.୨ ଓଭରରେ ୩୪୬/୪(ଅବଦୁଲ୍ଲା ଶଫିକ୍‌-୧୧୩, ମହମ୍ମଦ ରିଜଓ୍ବାନ-୧୩୧*, ଦିଲଶାନ ମଦୁଶନକା-୨/୫୪, ମଥିଶା ପଥିରାନା-୧/୬୩)।

Share