Categories: ବାଣିଜ୍ୟ

ଖିମ୍‌ଜୀ ଜୁଏଲର୍ସ ପୁରୀର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୭।୨: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ପୁରୀ ଆଲଟ୍‌ଲେଟ୍‌(ଷ୍ଟୋର) ପକ୍ଷରୁ ପ୍ରତିଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀ ଜୁଏଲର୍ସର ଗ୍ରାହକମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସୁନା ଓ ହୀରା ଅଳଙ୍କାରର ଗଢ଼ାମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ରିହାତି ସହିତ ଏକ ନିଆରା ଶପିଂ ଅନୁଭୂତିରେ ଯୋଗଦେବା ପାଇଁ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ଅଫର ୨୦୨୪ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଉପଲବ୍ଧ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ପୁରୀ ଷ୍ଟୋରର ପ୍ରଥମ ବାର୍ଷିକ ଉତ୍ସବ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହୋଇଥିବାବେଳେ ଗତ ଏକବର୍ଷ ମଧ୍ୟରେ ଗ୍ରାହକଙ୍କ ଅତୁଟ ବିଶ୍ୱାସ ଏବଂ ସମର୍ଥନ ଆମ ଲାଗି ବେଶ୍‌ ଉତ୍ସାହର ସମୟ ହୋଇଥିବାରୁ ଆମେ ଗଭୀର ଭାବେ ସମସ୍ତଙ୍କ ନିକଟରେ କୃତଜ୍ଞ। ଏହି ମାଇଲଖୁଣ୍ଟର ଅବସରକୁ ଆମେ ଉତ୍ସବ ଆକାରରେ ପାଳନ କରୁଥିବାବେଳେ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଏହି ସ୍ବତନ୍ତ୍ର ଅଫରକୁ ବିସ୍ତାର କରି ଆମେ ବେଶ୍‌ ଆନନ୍ଦିତ। ବିଶେଷକରି ଗଢ଼ାମଜୁରି ଉପରେ ଫ୍ଲାଟ୍‌ ୫୦% ରିହାତି ଆମର ଉତ୍କୃଷ୍ଟ ଅଳଙ୍କାରକୁ ଅଧିକ ସୁଲଭ କରୁଥିବା ବେଳେ ଖିମ୍‌ଜୀ ଜୁଏଲର୍ସକୁ ସଂଜ୍ଞା ଦେଉଥିବା କାରିଗରି ଏବଂ ସୁନ୍ଦରତାର ସ୍ଥାୟୀ ପରମ୍ପରା ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏପରିକି ଗ୍ରାହକ ସନ୍ତୁଷ୍ଟି ଉପରେ ବ୍ରାଣ୍ଡ ନିରନ୍ତର ଧ୍ୟାନ ଦେଇଥିବାବେଳେ ପ୍ରତିଷ୍ଠାନ ଗ୍ରାହକଙ୍କ ଅନନ୍ୟ ପସନ୍ଦ ଏବଂ ଆବଶ୍ୟକତା ପୂରଣ କରି ଆଶାଠାରୁ ଅଧିକ କରିବାକୁ ଚେଷ୍ଟା କରୁଛି।

Share