Categories: ଜାତୀୟ

ପୁଣେରେ ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିକ୍ୟୁ.୧ ପ୍ରଥମ ମାମଲା ଚିହ୍ନଟ

ପୁଣେ,୧୮।୧୦: ଭାରତରେ ଓମିକ୍ରନ୍‌ କୋଭିଡ -୧୯ର ସବ୍‌ଭାରିଆଣ୍ଟ ବିକ୍ୟୁ.୧ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ପୁଣେରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୋମବାର ସୂଚନା ଦେଇଛି। ଅନ୍ୟପକ୍ଷେ,ଏହି ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ନୀରିକ୍ଷଣ ଅଧିକାରୀ କହିଛନ୍ତି ଯେ, ବିପଦପୂର୍ଣ୍ଣ ରୋଗୀମାନେ ସତର୍କତା ଅବଲମ୍ବନ କରିବା ଉଚିତ୍‌। ଅକ୍ଟୋବର ୧୬ ସୁଦ୍ଧା ମହାରାଷ୍ଟ୍ରରେ କୋଭିଡ-୧୯ ମାମଲା ୧୭.୭% ବୃଦ୍ଧି ପାଇଛି। ବର୍ତ୍ତମାନ ଥାଣେ, ରାଇଗଡ ଏବଂ ମୁମ୍ବାଇରେ କୋଭିଡ ମାମଲା ସୀମିତ ରହିଛି। ହେଲେ ଆମକୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଲକ୍ଷଣ ଦେଖାହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ସହ ସର୍ବସାଧାରଣ ସ୍ଥାନରେ କୋଭିଡ ନିୟମ ପାଳନ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

Share