୧୦୨ ଦିନ ପରେ ଏହି ଦେଶରେ ସାମ୍ନାକୁ ଆସିଲା ପ୍ରଥମ କରୋନା କେସ୍‌

ଓ୍ବେଲିଂଟନ, ୧୧।୮: ୧୦୨ ଦିନ ପରେ ନ୍ୟୁଜିଲାଣ୍ଡରେ ମଙ୍ଗଳବାର ଚିହ୍ନଟ ହୋଇଛି ପ୍ରଥମ କରୋନା ଆକ୍ରାନ୍ତ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଦେଶର ବୃହତ ସହର ଓ୍ବେଲିଂଟନର ଅଧିବାସୀଙ୍କୁ ଘରେ ଲକ୍‌ ଡାଉନ୍‌ରେ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶକୁ କରୋନା ମୁକ୍ତ ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଇଥିଲା। କିନ୍ତୁ ମଙ୍ଗଳବାର ଗୋଟିଏ ପରିବାରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆର୍ଡନ ଏକ ଟିଭିକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ‘୧୦୨ ଦିନ ପରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି। ଏହି ପରିସ୍ଥିତିକୁ ରୋକିବା ଲାଗି ଆମେ ସମସ୍ତେ ଅଦ୍ଭୁତପୂର୍ବ ପରିଶ୍ରମ କରୁଛୁ’ ବୋଲି ଆର୍ଡନ ଏହି ଅବସରରେ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡରେ କରୋନାରେ ମାତ୍ର ୨୨ ଜଣ ପ୍ରାଣ ହରାଇଛନ୍ତି। ମେ ୧ ପରେ ଏହି ଦେଶରେ ଆଉ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଫସ୍ବେରୂପ ନ୍ୟୁଜିଲାଣ୍ଡବାସୀ ଏକ ସାଧାରଣ ଜୀବନ ଶୈଳୀକୁ ଉପଭୋଗ କରୁଥିଲେ। ଦେଶରେ କୌଣସି ସାମାଜିକ କଟକଣା ନ ଥିଲା। ଏପରିକି କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Sunita Williams Returns: ସମୁଦ୍ରରେ ଖସିଯିବେ ସୁନୀତା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରି ଯାଇଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି...

କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ...

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର

ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି।...

ସୁନୀତାଙ୍କ ଲ୍ୟାଣ୍ଡିଂ ସମୟରେ ବଡ଼ ବିପଦ, ପୃଥିବୀର ନିକଟତର ହେଲେ ଭସ୍ମ ହୋଇଯିବ ସ୍ପେସକ୍ରାଫ୍ଟ!

ନୂଆଦିଲ୍ଲୀ,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ମହାକାଶଯାନ ପୃଥିବୀ ଅଭିମୁଖେ ଯାତ୍ରା କରିଛି। କିନ୍ତୁ ସୁନୀତାଙ୍କ ଅବତରଣ ସହଜ ହେବ ନାହିଁ ବୋଲି ମଧ୍ୟ...

ମହାକାଶରୁ ଫେରିବା ପରେ ଶିଶୁଙ୍କ ପରି କାହିଁକି ଚାଲନ୍ତି ମହାକାଶଚାରୀ, କାରଣ ଜାଣିଲେ ତାଜୁବ ହେବେ

ଆମେରିକୀୟ ମହାକାଶ ସଂସ୍ଥା ନାସା କହିଛି ଯେ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ...

Sunita Williams Return: ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଲାଇଭ ଷ୍ଟ୍ରିମିଂ କେବେ ଏବଂ କେଉଁଠି ଦେଖିପାରିବେ; ଜାଣନ୍ତୁ

ଓ୍ବାଶିଂଟନ୍‌,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ...

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ...

ମହାକାଶରେ କାହିଁକି କେଶ ଖୋଲା ରଖନ୍ତି ସୁନିତା, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଓ୍ବାଶିଂଟନ,୧୮।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ସାରେ ପୃଥିବୀକୁ ଫେରିବେ। ଏହି ଦୁଇଜଣ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image