Categories: ଜାତୀୟ

୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ଭାକ୍ସିନକୁ ମିଳିଲା ମଞ୍ଜୁରୀ

ବେଙ୍ଗାଲୁରୁ,୨୦।୮ : ଭାରତୀୟ ଔଷଧ ନିୟନ୍ତ୍ରକ ଶୁକ୍ରବାର ଜାଇଡସ କାଡିଲାର ତିନି ଡୋଜ କୋଭିଡ୍‌-୧୯ ଭାକ୍ସିନକୁ ଭାରତରେ ଜରୁରୀକାଳିନ ବ୍ୟବହାରକୁ ମଞ୍ଜୁରୀ ଦେଇଛନ୍ତି। ଏହି ଟିକା ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ। ତେବେ ବ୍ୟବହାର ଲାଗି ମଞ୍ଜୁରୀ ପାଇବାରେ ଜାଇଡସ କାଡିଲା ଦେଶର ୬ଷ୍ଠ କୋଭିଡ୍‌-୧୯ ଭାକ୍ସିନ।

ବର୍ଷକୁ ୧୦୦ରୁ ୧୨୦ ନିୟୁତ ଡୋଜ ପ୍ରସ୍ତୁତ କରିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହି ଟିକାର ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଜେନେରିକ ଔଷଧ ନିର୍ମାଣକାରୀ କମ୍ପାନୀ ଗତ ଜୁଲାଇ ୧ ତାରିଖରେ ଜାଇକୋଭ-ଡି ନାମରେ ଭାରତୀୟ ଔଷଧ ନିୟନ୍ତ୍ରକଙ୍କ ଠାରୁ ମଞ୍ଜୁରୀ ମାଗିଥିଲା। ପୂରା ଦେଶରେ ୨୮ ହଜାର ଭଲ୍ୟୁଣ୍ଟର୍ସଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଇଥିଲା। ଛୁଆଙ୍କ ଉପରେ ଏହା ୬୬.୬ ପ୍ରତିଶତ ଫଳପ୍ରଦ। ଜାଇଡସ କମ୍ପାନୀ ଓ ବାୟୋଟେକନୋଲୋଜି ବିଭାଗର ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ ହୋଇଛି। ଭାରତ ବାୟୋଟେକର କୋଭାକ୍ସିନ ପରେ ଦେଶରେ ପ୍ରସ୍ତୁତ ଦ୍ୱିତୀୟ ଟିକା ଭାବେ ଜାଇକୋଭ-ଡି’ ବ୍ୟବହାର ଲାଗି ମଞ୍ଜୁରୀ ପାଇଛି।

Share