1st February Rules Change: ବଜେଟ ପୂର୍ବରୁ ୫ ପରିବର୍ତ୍ତନ, ସାଧାରଣ ନାଗରିକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ,୧।୨ : ଗୁରୁବାର ଭାରତରେ ମଧ୍ୟବର୍ତ୍ତରକାଳୀନ ବଜେଟ ଉପସ୍ଥାପିତ ହେବ। ତେବେ ବଜେଟର ଉପସ୍ଥାପନା ପୂର୍ବରୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଏକ ବଡ ଅପଡେଟ ଆସିଛି। ଯାହା ଫେବୃଆରୀ ୧ ରୁ ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ।

ଏହି ପରିବର୍ତ୍ତନଗୁଡ଼ିକରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଫାସଟାଗ ଇ କଓ୍ବୋଇସି(FASTag eKYC ଡେଡଲାଇନ) ପାଇଁ ଶେଷ ତାରିଖ ରହିଥିଲା। ତେବେ ଏହାକୁ ଫେବୃଆରୀ ୨୯କୁ ବୃଦ୍ଧି କରାଯାଇଛି। ଫେବୃଆରୀ ୧ ରୁ ଦେଶରେ ୫ ଟି ପ୍ରମୁଖ ପରିବର୍ତ୍ତନ ହୋଇଛି।

ତୈଳ କମ୍ପାନୀଗୁଡିକ ଦ୍ୱାରା ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି ।

ଆଇଏମପିଏସ ର ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି, ଯେଉଁଥିପାଇଁ ଲୋକଙ୍କ ପାଇଁ ଟଙ୍କା ସ୍ଥାନାନ୍ତର କରିବା ସହଜ ହେବ ଏବଂ ସେମାନେ ହିତାଧିକାରୀଙ୍କ ନାମ ଯୋଡି ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ। । ଗତ ଅକ୍ଟୋବର ୩୧ ରେ ଏକ ସର୍କୁଲାର ଜାରି କରି ଗତ ବର୍ଷ ସରକାରଙ୍କ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଥିଲା । ଏହି ନିୟମ ୧ ଫେବୃଆରୀ ୨୦୨୪ ରୁ କାର୍ଯ୍ୟକାରୀ ହେବ ।

ଜାତୀୟ ପେନସନ ସିଷ୍ଟମ (ଏନପିଏସ) ସହିତ ଜଡିତ ପରିବର୍ତ୍ତନଗୁଡିକ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା କରାଯାଇଛି। ଜାତୀୟ ପେନସନ ସିଷ୍ଟମ ପ୍ରତ୍ୟାହାର ସମ୍ବନ୍ଧୀୟ ନୂତନ ନିୟମ ଫେବୃଆରୀ ୧ ରୁ ଲାଗୁ ହୋଇଛି। ନିଯୁକ୍ତିଦାତାଙ୍କ ଅବଦାନ ବ୍ୟତୀତ, ଆକାଉଣ୍ଟଧାରୀଙ୍କୁ ଜମା ରାଶିର ମାତ୍ର ୨୫ ପ୍ରତିଶତ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ । ଏଥିପାଇଁ ଆକାଉଣ୍ଟଧାରୀମାନଙ୍କୁ ପ୍ରତ୍ୟାହାର ଅନୁରୋଧ ସହିତ ଆତ୍ମ-ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ଆକାଉଣ୍ଟ ଧାରକମାନେ କେବଳ ଯାଞ୍ଚ ପରେ ଜମା ହୋଇଥିବା ଟଙ୍କା ପ୍ରତ୍ୟାହାର କରିବାକୁ ସମର୍ଥ ହେବେ ।

ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ଧନ ଲକ୍ଷ୍ମୀ ଏଫଡି ଯୋଜନା ବନ୍ଦ ରହିଛି। ବର୍ତ୍ତମାନ ଗ୍ରାହକମାନେ ୪୪୪ ଦିନ ପର୍ଯ୍ୟନ୍ତ ଏଫଡିର ଲାଭ ପାଇପାରିବେ ନାହିଁ। ଏହି ସ୍ବତନ୍ତ୍ର ଏଫଡିରେ ୭.୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଉପଲବ୍ଧ। ଯେତେବେଳେ କି, ବରିଷ୍ଠ ନାଗରିକମାନେ ୮.୦୫ ପ୍ରତିଶତ ପର୍ଯ୍ୟନ୍ତ ସୁଧର ଲାଭ ପାଆନ୍ତି। ତେବେ ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କର ଧନ ଲକ୍ଷ୍ମୀ ଏଫଡି ଯୋଜନା କେବଳ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୈଧ ଥିଲା, ଯେଉଁଥିରେ ବର୍ତ୍ତମାନ ପୁଞ୍ଜି ବିନିଯୋଗ ହୋଇପାରିବ ନାହିଁ।

 

Share