କାର୍ତ୍ତିକ ପ୍ରଥମ ସୋମବାର: ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ୧୦୮ ରୁଦ୍ରାଭିଷେକ

ପୁରୁଷୋତ୍ତମପୁର,୨୧।୧୦(ସିମାଞ୍ଚଳ ମିଶ୍ର): ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ପ୍ରତଷ୍ଠିତ ସ୍ବପ୍ନେଶ୍ବର ମହାଦେବ ମନ୍ଦିର ପରିଶରରେ ଶନିଦେବ ଓ ଲକ୍ଷ୍ମୀନାରାୟଣଙ୍କ ବିଗ୍ରହ ସ୍ଥାପନା ସାଙ୍ଗକୁ ୧୦୮ ରୁଦ୍ରାଭିଷେକ ସହ ୧୦୮ ଶିବ ଲିଙ୍ଗ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି ।
ଏଥିଲାଗି ସମଗ୍ର ସହରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭୋରରୁ ସ୍ବପ୍ନେଶ୍ବରଙ୍କ ପୂଜାର୍ଚ୍ଚନା କରାଯିବା ପରେ ରୁଦ୍ରାଭିଷେକ ଓ ଶିବ ଲିଙ୍ଗ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ପଣ୍ଡିତ ଭାବେ ବିଳାଶପୁର ଗ୍ରାମର ପଣ୍ଡିତ ବିଷାରଦ ସିମାଞ୍ଚଳ ତ୍ରୀପାଠି ଓ ବିଜୟ ତ୍ରୀପାଠୀ ଯୋଗଦେଇଥିବାବେଳେ  ଜିଲାର ବିଭିନ୍ନ ସ୍ଥାନରୁ ୧୩୦ ଜଣ ପଣ୍ଡିତ ପୂଜାର୍ଚ୍ଚନା କରିଥିଲେ ।
ପୂଜା ଦାୟିତ୍ୱରେ  ୧୦୮ ଜଣ କର୍ତ୍ତା ରହିଛନ୍ତି । ବିଶ୍ବର  କଲ୍ୟାଣ ସହ ପୁରୁଷୋତ୍ତମପୁର ଅଞ୍ଚଳର ମଙ୍ଗଳଲାଗି ସ୍ବପ୍ନେଶ୍ବର ମନ୍ଦିର ପରିତାଳନାକମିଟି ପକ୍ଷରୁ ଏଭଳି ଏକଦିନାତ୍ମକ ରୁଦ୍ରାଭିଶେଖ କାର୍ଯ୍ୟକ୍ରମ ହୋଇଛି।  ଏହି ରୁଦ୍ରାଭିଷେଖ ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ସ୍ବପ୍ନେଶ୍ବରଙ୍କ ଦର୍ଶନକରିବା ସହ ଆର୍ଶିବାଦ ଭିକ୍ଷାକରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରଘୁନାଥ ମହାରଣା, ରାଜେନ୍ଦ୍ର ଶାସମଲ, ସୂର୍ଯ୍ୟନାରାୟଣ ସେନାପତି, ରାମଚନ୍ଦ୍ର ବେହେରା ଓ ରାଜୁ ବେହେରାଙ୍କ ସମେତ ସମସ୍ତ ସଭ୍ୟ ପରିଚାଳନା କରିଛନ୍ତି।
Share