ନୂଆଦିଲ୍ଲୀ,୧୩।୧୨: ବାଲାଂଦେଶ ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହେବା ପରେ ଏବେ ଟେଷ୍ଟ ସିରିଜ ଲାଗି ଅଣ୍ଟା ଭିଡିଲାଣି ଟିମ୍ ଇଣ୍ଡିଆ। ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା କାରଣରୁ କେ.ଏଲ୍. ରାହୁଲ ସିରିଜରେ ଦଳର ନେତୃତ୍ୱ ନେବେ। ତେବେ ପ୍ରଥମ ଟେଷ୍ଟ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦଳ ଆକ୍ରାମକ ରଣନୀତି ସହ ମଇଦାନକୁ ଓହ୍ଲାଇବ ବୋଲି କେ.ଏଲ୍. ସ୍ପଷ୍ଟ କରିଛନ୍ତି।
ଟେଷ୍ଟ କ୍ରିକେଟରେ ଏଯାବତ କେ.ଏଲ୍.ଙ୍କ ସହ ରୋହିତ ଓପନିଂ କରି ଆସୁଛନ୍ତି। ହେଲେ ରୋହିତ ଅନୁପସ୍ଥିତ ଥିବା ଯୋଗୁ ଶୁଭମନ ଗିଲ ଓପନିଂ ଲାଗି ଓହ୍ଲାଇପାରନ୍ତି। ତୃତୀୟ ସ୍ଥାନରେ ଉପ-ଅଧିନାୟକ ଚେତେଶ୍ୱର ପୂଜାରା ଖେଳିବା ଏକ ପ୍ରକାର ନିଶ୍ଚିତ ବୋଳି କୁହାଯାଉଛି। ସେହିଭଳି କ୍ରିକେଟପ୍ରେମୀଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ ବିଗତ କିଛି ମାସ ମଧ୍ୟରେ ସେ ଟି୨୦ ଏବଂ ଦିନିକିଆରେ ଶତକ ମାରି ଫର୍ମକୁ ଫେରିଛନ୍ତି। ଏବେ ଟେଷ୍ଟରେ େ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଭାରତର ମଧ୍ୟକ୍ରମରେ ଶ୍ରେୟାସ ଆୟର, ଋଷଭ ପନ୍ତ ରହିବା ନିଶ୍ଚିତ। ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ଜୟଦେବ, ଶାର୍ଦ୍ଦୁଳ ଠାକୁର ପ୍ରମୁଖ ରହିପାରନ୍ତି।
ମ୍ୟାଚ୍ ସୂଚୀ:
୧ମ ଟେଷ୍ଟ: ୧୪-୧୮ ଡିସେମ୍ବର, ଚାଟୋଗ୍ରାମ
୨ୟ ଟେଷ୍ଟ: ୨୨-୨୬ ଡିସେମ୍ବର, ଢ଼ାକା