Advertisement

ଗୋଟିଏ ଶ୍ରେଣୀରେ ପଢୁଛନ୍ତି ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଛାତ୍ର

ବିଶ୍ରା,୧୪ା୧୨( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଯରେଇକେଲା ପଞ୍ଚାୟତ କୁଣ୍ଡାପୋଷ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୮ ଛାତ୍ରୀଛାତ୍ରରେ ୨ ଶିକ୍ଷକ ନିଯୁକ୍ତ ହୋଇଥିଲେ। ପିଲା ସଂଖ୍ୟା କମ ଯୋଗୁ ଏହି ବିଦ୍ୟାଳୟକୁ ଏର୍ଲା ମାଝି ଟୋଲି ବିଦ୍ୟାଳୟ ସହ ମିସାଇ ଦିଆଗଲା। ମାତ୍ର ଏଠାରେ ଶ୍ରେଣୀ ଗୃହ ଅଭାବ ଯୋଗୁ ଗୋଟିଏ ଶ୍ରେଣୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ପାଠପଢ଼ୁଛନ୍ତି। ଏ ବିଷୟରେ ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନଙ୍କୁ ପଚାରିବାରୁ, ପିଲାଙ୍କ ସଂଖ୍ୟା କମ ଥିବାରୁ ନିକଟସ୍ଥ ବିଦ୍ୟାଳୟରେ ମିସା ଯାଇଛି। ପିଲାମାନେ ଉକ୍ତ ବିଦ୍ୟାଳୟରେ ପାଠ ପଢିବେ, କିଛି ଅସୁବିଧା ହେବ ନାହିଁ ବୋଲି ପ୍ରଧାନ ପ୍ରକାଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share