ଆଜି ପ୍ରକାଶ ପାଇବ ଯୁକ୍ତ ୨ ଅଫଲାଇନ ପରୀକ୍ଷାଫଳ

ଭୁବନେଶ୍ବର,୨୦।୧୧(ବ୍ୟୁରୋ): ଯୁକ୍ତ ୨ ଅଫଲାଇନ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ୧୧ଟା ରେଜଲ୍ଟ ପ୍ରକାଶ କରାଯିବ। ପରୀକ୍ଷାର୍ଥୀମାନେ www. orissaresults.nic.in ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

ଅକ୍ଟୋବର ୧ ରୁ ୧୧ତାରିଖ ଯାଏ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଆବେଦନ କରିଥିଲେ ଏବଂ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ। ଶୁକ୍ରବାର ସଂଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା। କିନ୍ତୁ କୌଣସି କାରଣ ପାଇଁ ବାହାରି ପାରିନଥିଲା।

 

Share