ହୀରାକୁଦକୁ ପଶିଲା ୨.୧୪ ଲକ୍ଷ କ୍ୟୁସେକ ଜଳ: ବନ୍ୟାଜଳ ନିଷ୍କାସନ ନେଇ ହୋଇପାରେ ନିଷ୍ପତ୍ତି

ସମ୍ବଲପୁର,୧୬।୭(ବ୍ୟୁରୋ): ମୌସୁମୀ ଆସିବାର ମାସକ ପରେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉ ନ ଥିଲା। ମାତ୍ର ଶୁକ୍ରବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଇନ୍‌ଫ୍ଲୋ ୨ ଲକ୍ଷ କ୍ୟୁସେକ ଅତିକ୍ରମ କରିଛି । ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର ୭୭୯ କ୍ୟୁସେକ ଜଳ ପ୍ରବେଶ କରିଛି । ସେପଟେ, ଜଳସ୍ତର ୬୦୪.୯୫ ଫୁଟ୍‌ରେ ପହଞ୍ଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ ଯାଏ ପହଞ୍ଚିବ ବୋଲି କର୍ତ୍ତୃପକ୍ଷ ଆକଳନ କରିଛନ୍ତି । ଫଳରେ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଶନିବାର ପୂର୍ବାହ୍ନରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।

Share