Categories: ଜାତୀୟ

ଚାକିରି ହରାଇଛନ୍ତି ୨.୧୫ କୋଟି

ନୂଆଦିଲ୍ଲୀ, ୧୫ା୩: ଦେଶର ପର୍ଯ୍ୟଟନ କ୍ଷେତ୍ର ଉପରେ କରୋନାର ବ୍ୟାପକ ପ୍ରଭାବ ପଡ଼ିଛି। କୋଭିଡ୍‌ର ୩ ଲହର ଯୋଗୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ପ୍ରାୟ ୨ କୋଟି ୧୫ ଲକ୍ଷ ଲୋକ ଚାକିରି ହରାଇଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି। କରୋନର ପ୍ରଥମ ଲହରରେ ଭାରତ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୯୩% କମିଥିଲା। ଦ୍ୱିତୀୟ ଲହରରେ ତାହା ୭୯% ଏବଂ ତୃୀୟ ଲହରରେ ୬୪% ହ୍ରାସ ପାଇଥିବା ମନ୍ତ୍ରୀ ରେଡ୍ଡି ଲୋକ ସଭାର ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି, ମହାମାରୀ ପୂର୍ବରୁ ପ୍ରାୟ ୩ କୋଟି ୮୦ ଲକ୍ଷ ଲୋକ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ି ହୋଇଥିଲେ। ଦେଶରେ ପ୍ରଥମ ଲହରରେ ଏହି ବିଭାଗର ପ୍ରାୟ ୧ କୋଟି ୪୨ ଲକ୍ଷ ସେମାନଙ୍କ ଚାକିରି ହରାଇଛନ୍ତି। ଦ୍ୱିତୀୟ ଲହରରେ ୫୨ ଲକ୍ଷ ଏବଂ ତୃତୀୟ ଲହରରେ ପ୍ରାୟ ୧୮ ଲକ୍ଷଙ୍କ ଚାକିରି ଯାଇଥିବା ସେ ପ୍ରକାଶ କରିଛନ୍ତି।

Share