୨.୭ କୋଟିର ମୋନାଲିସା ପେଣ୍ଟିଂ

ଲିଓନାର୍ଡୋ ଡା ଭିନ୍‌ସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପେଣ୍ଟିଂର ଅବିକଳ ପ୍ରତିକୃତି ପ୍ୟାରିସ୍‌ରେ ନିଲାମ ହେଉଥିବାବେଳେ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ଏହି ନିଲାମ ଅର୍ଥ ୩ ଲକ୍ଷ ୟୁରୋ ବା ପ୍ରାୟ ୨.୭ କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶା କରାଯାଉଛି। ୧୭ଦଶ ଶତାବ୍ଦୀ ପ୍ରାରମ୍ଭରେ ଲିଓନାର୍ଡୋ ଜଣେ ସୁନ୍ଦରୀ ମହିଳାଙ୍କ ଚିତ୍ର ଆଙ୍କି ଏହାକୁ ମୋନାଲିସା ନାଁ ଦେଇଥିଲେ। ପୂର୍ବତନ ମାଲିକ ରେମଣ୍ଡ ହେକିଂଙ୍କ ନାଁ ଅନୁଯାୟୀ ପେଣ୍ଟିଂର ନାମ ମୋନାଲିସା ହେକିଂ ରଖାଯାଇଥିଲା। ଲିଓନାର୍ଡୋଙ୍କ ଜଣେ ଅନୁଗାମୀ ଏହି ରେପ୍ଲିକାକୁ ଆଙ୍କିଥିଲେ।

Share