ଜଳିଗଲାଣି ୨.୪୪ ଲକ୍ଷ ଏକର

ସାନ୍‌ ଫ୍ରାନ୍ସିସ୍‌କୋ, ୩।୮: ଜୁଲାଇ ୧୪ରୁ ଉତ୍ତର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ସୁଦ୍ଧା ୨.୪୪ ଲକ୍ଷ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ବ୍ୟାପିଗଲାଣି। ଡିକ୍ସି ଫାୟାର ଭାବେ ନାମିତ ଏହି ନିଆଁ ପାରାଡାଇଜର ଉତ୍ତରପୂର୍ବରେ ୧୦ ମାଇଲ ଦୂରରେ ଲାଗିଥିଲା। ଇତିମଧ୍ୟରେ ବୁଟ୍ଟେ ଏବଂ ପ୍ଲୁମାସ୍‌ କାଉଣ୍ଟି ଅନ୍ତର୍ଗତ ୨,୪୪,୮୮୮ ଏକର ଅଞ୍ଚଳ ଜଳିଗଲାଣି। ଏହା କାଲିଫର୍ନିଆରେ ସବୁଠୁ ବଡ଼ ବନାଗ୍ନି ବୋଲି କୁହାଯାଉଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହାର ତଦନ୍ତ ଜାରି ରହିଥିବା ଜଙ୍ଗଲ ଓ ଅଗ୍ନି ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନିଆଁ ଲାଗି ୬୭ ଷ୍ଟ୍ରକ୍ଚର କ୍ଷତିଗ୍ରସ୍ତ ହୋଇଥିବାବେଳେ ୯ଟି କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ଅଞ୍ଚଳରେ ନିଆଁଲିଭା କାର୍ଯ୍ୟ ଜାରି ରହିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ୮୩ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖାଯାଇଛି। ଦକ୍ଷିଣ ଓରେଗନ୍‌ରେ ଲାଗିଥିବା ବୁଟ୍‌ଲେଗ ଫାୟାରରେ ସର୍ବାଧିକ ୪,୧୩,୫୬୨ ଏକର ଜଳିଗଲାଣି।

Share