Categories: ବାଣିଜ୍ୟ

୨.୫ କୋଟିର ଋଣ ମଞ୍ଜୁର କଲା ୟୁବିଓଆଇ

ଭୁବନେଶ୍ୱର,୮।୯: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ)ର ବାଲୁଗଁା ଶାଖା ନବୀକରଣ ପରିସର ସହ ୟୁନିୟନ ଗୋଲ୍ଡ ଲୋନ୍‌ ପଏଣ୍ଟ ଏବଂ ଏଟିଏମ୍‌ ଲବି ଆଦିର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏସ୍‌ଜି) ଋଣ ଏବଂ କୃଷିଭିତ୍ତିକ ଋଣ ମେଳାର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ ମେଳାରେ ସ୍ଥାନୀୟ ପଞ୍ଚାୟତର ବହୁ ହିତାଧିକାରୀ ଓ ଅନ୍ୟମାନେ ଯୋଗଦେଇଥିଲେ। ପାଖାପାଖି ୨.୫ କୋଟି ଟଙ୍କାର ଋଣ ଏଥିରେ ମଞ୍ଜୁର କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ଶୋଭନ ସେନ୍‌ଗୁପ୍ତା, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ର, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନାୟକ, ଶାଖା ପ୍ରବନ୍ଧକ ରଶ୍ମିରଞ୍ଜନ ସାମନ୍ତଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଶାଖାଗୁଡ଼ିକର ଶାଖା ପ୍ରବନ୍ଧକ ଓ ଶାଖାର ମୂଲ୍ୟବାନ ଗ୍ରାହକମାନେ ମଧ୍ୟ ଉପସ୍ଥିତ ଥିଲେ।

Share