୨.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ: ପୁଷ୍କର

ଭୁବନେଶ୍ୱର,୧୫।୯ (ଅଭୟ ଦାଶ):ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ହେବାକୁ ଥିବା ଡେଷ୍ଟିନେସନ୍‌ ଉତ୍ତରାଖଣ୍ଡ-ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦିନରେ ପ୍ରାୟ ୮୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ନେଇ ରାଜ୍ୟ ସରକାର ବିଭିନ୍ନ ଅଗ୍ରଣୀ ନିବେଶକ କମ୍ପାନୀଙ୍କ ମଧ୍ୟରେ ସହଭାଗିତା କରିଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମତପ୍ରକାଶ କରିଛନ୍ତି। ଗୁରୁବାର ଏ ନେଇ ନୂଆଦିଲ୍ଲୀର ହୋଟେଲ ତାଜମହଲରେ ‘ଉତ୍ତରାଖଣ୍ଡ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌: କର୍ଟନ ରେଜର’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଧାମି ଅଂଶ ଗ୍ରହଣ କରି ଡେଷ୍ଟିନେସନ୍‌ ଉତ୍ତରାଖଣ୍ଡ-ଗ୍ଲୋବାଲ୍‌ ଇନଭେଷ୍ଟର୍ସ ସମ୍ମିଳନୀ-୨୦୨୩ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେହିଭଳି ଧାମି କହିଛନ୍ତି , ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ସହଜ ବ୍ୟବସାୟ ପରିବେଶ ସୃଷ୍ଟି କରିବାର ଦୃଷ୍ଟିକୋଣ ସହିତ ସରକାର କାର୍ଯ୍ୟ କରୁଛନ୍ତି। ଏପରିକି ରାଜ୍ୟରେ ସ୍ବତନ୍ତ୍ର ନୀତି କାର୍ଯ୍ୟକାରୀ କରିବା ସହ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆକର୍ଷଣୀୟ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ଏହି ନୀତିଗୁଡିକ ମୁଖ୍ୟତଃ ୨୩-ପର୍ଯ୍ୟଟନ ନୀତି, ଏମ୍‌ଏସ୍‌ଏମ୍‌ଇ ନୀତି, ଷ୍ଟାର୍ଟଅପ୍‌ ପଲିସି, ଲଜିଷ୍ଟିକ୍‌ ପଲିସି ଏବଂ ବେସରକାରୀ ଶିଳ୍ପ ଇଷ୍ଟେଟ୍‌ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ନୀତି ଅନ୍ତର୍ଭୁକ୍ତ ରହିଛି। ସେହିପରି ରାଜ୍ୟରେ ରେଳ, ସଡ଼କ ଏବଂ ଏୟାର (ବିମାନପଥ) ସଂଯୋଗ କ୍ଷେତ୍ରରେ ମଧ୍ୟ କ୍ରମାଗତ ଉନ୍ନତି ଘଟିଛି। ଡେରାଡୁନ୍‌ ବିମାନବନ୍ଦରରୁ ବିଭିନ୍ନ ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହୋଇଛି। ଡେରାଡୁନ୍‌ ଏବଂ ପନ୍ତନଗର ବିମାନବନ୍ଦର ମଧ୍ୟ ସମ୍ପ୍ରସାରିତ ହେଉଛି। ରେଳ ନେଟ୍‌ୱାର୍କର ବିକାଶ ଏବଂ ନବୀକରଣର ଏକ ଅଂଶ ଭାବେ ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳଲାଇନର ନିର୍ମାଣ କାର୍ଯ୍ୟ ଚାଲିଛି। ବିଶେଷକରି ରାଜ୍ୟରେ ୪ଧାମ (ଚାର୍‌ଧାମ) ଯାତ୍ରାକୁ ସୁଗମ କରିବା ପାଇଁ ସମସ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ରାଜ୍ୟର ଉଦ୍ୟୋଗୀମାନେ ଆମର ବ୍ରାଣ୍ଡ୍‌ ଆମ୍ବାସାଡର ଏବଂ ରାଜ୍ୟରେ ପୁଞ୍ଜି ବିନିଯୋଗରେ ସେମାନଙ୍କର ସର୍ବାଧିକ ଅଂଶଗ୍ରହଣ ରହିଛି। ଆମ ସରକାର ସରଳୀକରଣ, ସମାଧାନ ଏବଂ ସନ୍ତୋଷ ଆଧାରରେ କାର୍ଯ୍ୟ କରୁଛି ଏବଂ ଶିଳ୍ପ ସଙ୍ଗଠନଗୁଡ଼ିକ ସହ ନିରନ୍ତର ଯୋଗାଯୋଗ କରି ସେମାନଙ୍କ ସମସ୍ୟାର ସମାଧାନ ହେଲେ ହିଁ ଏହା ସମ୍ଭବ ହେବ। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡ ସିଏସ୍‌ ଡ. ଏସ୍‌.ଏସ୍‌.ସାନ୍ଧୁ କହିଛନ୍ତି, ପୁଞ୍ଜି ବିନିଯୋଗ କରିବା ପାଇଁ ଉତ୍ତରାଖଣ୍ଡ ଏକ ଉତ୍ତମ ଗନ୍ତବ୍ୟସ୍ଥଳ ହୋଇଛି। ସେହିଭଳି ହରିଦ୍ୱାର, କୋଟଦ୍ୱାର, ରୁଦ୍ରପୁର, କାଶୀପୁର, ତାନକପୁରରେ ସଡକ ଭିତ୍ତିଭୂମିର ନବୀକରଣ ହେତୁ ଏଠାରେ ଦୂରତା ମଧ୍ୟ କମ୍‌ ସମୟ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ। ସେହିପରି ଏସିଏସ୍‌ ରାଧା ରାତୁରୀ କହିଛନ୍ତି, ଅଧିକରୁ ଅଧିକ ଉଦ୍ୟୋଗୀଙ୍କୁ ରାଜ୍ୟକୁ ଆକର୍ଷିତ କରିବା ପାଇଁ ଶିଳ୍ପ ଅନୁକୂଳ ନୀତି ତଥା ସୁବିଧା ବିକାଶ ଉପରେ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri