Categories: ଫୁରସତ

୨.୭ କେଜିର ବେଙ୍ଗ

କାନବେରା: ଉତ୍ତର ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଜିଲାରେ ଅବସ୍ଥିତ କନ୍‌ୱେ ଜାତୀୟ ଉଦ୍ୟାନରୁ ଏକ ବିଶାଳକାୟ ବିଷାକ୍ତ ବେଙ୍ଗ ଉଦ୍ଧାର ହୋଇଛି। ସେହି ବେଙ୍ଗର ଓଜନ ୨.୭ କିଲୋଗ୍ରାମ, ଯାହାକି ଜଣେ ନବଜାତ ଶିଶୁର ଓଜନ ସହ ସମାନ। ଅଷ୍ଟ୍ରେଲୀୟ ରେଞ୍ଜର ଏହି ବେଙ୍ଗକୁ ଠାବ କରିଛନ୍ତି। ଏ ପର୍ଯ୍ୟନ୍ତ ଠାବ ହୋଇଥିବା ଉଭୟଚର ପ୍ରାଣୀଙ୍କ ମଧ୍ୟରେ ଏହି ବେଙ୍ଗ ଆକୃତି ଏବଂ ଆକାରରେ ବହୁତ ବଡ଼। ବେଙ୍ଗ ସାଧାରଣତଃ ଆକାରରେ ୫.୯ ଇଞ୍ଚ ହୋଇଥିବାବେଳେ ଠାବ ହୋଇଥିବା ଏହି ବେଙ୍ଗର ଲମ୍ବ ୩୯.୩ ସେଣ୍ଟିମିଟର। ତେବେ ୧୯୯୧ରେ ଠାବ ହୋଇଥିବା ୨.୬ କେ.ଜି. ଓଜନର ବେଙ୍ଗ ସବୁଠାରୁ ବଡ଼ ବେଙ୍ଗ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିଲା। ରେଞ୍ଜର କେଲି ଗେ ଜଙ୍ଗଲରେ ଯାଉଥିବାବେଳେ ସେହି ବେଙ୍ଗକୁ ଝୁଣ୍ଟିଥିଲେ। ସେ ପ୍ରଥମ ଥର ପାଇଁ ଏପରି ଏକ ବଡ଼ ବେଙ୍ଗକୁ ଦେଖି ବିଶ୍ୱାସ କରିପାରି ନ ଥିଲେ।

Share