Advertisement

ନକ୍ସଲ ନାଁରେ ସରକାରୀ କର୍ମଚାରୀଙ୍କୁ ମାଗୁଥିଲେ ଟଙ୍କା: ଧରାପଡ଼ିଲେ ୨ ଅଭିଯୁକ୍ତ

କୋରାପୁଟ/ ନାରାୟଣପାଟଣା,୬।୨(ଅମିତାଭ ବେହେରା / ରାଜକିଶୋର ଜେନା ): ନକ୍ସଲ ନାମରେ ସରକାରୀ କର୍ମଚାରୀଙ୍କୁ ଆରଟିଆଇ ଜରିଆରେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। ଗୁରୁବାର ନାରାୟଣପାଟଣା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନାରାୟଣପାଟଣା ଥାନା ଅଧିକାରୀ ପ୍ରମୋଦ ନାୟକ ପ୍ରକାଶ କରିଛନ୍ତି। ଏଥିନେଇ ନାରାୟଣପାଟଣା ଥାନାରେ ୧୨/୨୦୨୫ ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାୟଗଡା ଅଞ୍ଚଳର ଜି ଭି ଆର ପଟ୍ଟନାୟକ ନିଜକୁ ସୂଚନା ଅଧିକାର କର୍ମୀ ଓ ଖବରଦାତା ବୋଲାଉ ଥିବାବେଳେ ଅନ୍ୟଜଣେ ବନ୍ଧୁଗାଁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଦେବ କିଶୋର ପଟ୍ଟନାୟକ । ଉଭୟ ନାରାୟପାଟଣା ବ୍ଲକର ଯନ୍ତ୍ରୀ ସତ୍ୟନ୍ଦ୍ର ଦତ୍ତଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ନେଇଥିଲେ। ଏଥିନେଇ ତୁରନ୍ତ ଉଭୟଙ୍କ ନାମରେ ନାରାୟଣପାଟଣା ଥାନାରେ ଏତଲା ଦିଆଯାଇଥିଲା। ପରେ ନାରାୟଣପାଟଣା ଥାନା ପୋଲିସ ଉଭୟଙ୍କୁ ଧରି ନେଇ ଥାନାରେ ଅଟକ ରଖି ଜେରା କରିଥିଲା। ଗୁରବାର ଉଭୟଙ୍କୁ ଗିରଫ କରି ଲକ୍ଷ୍ମୀପୁର କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel