ଭୁବନ,୨୧ା୯(ଡି.ଏନ୍.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ସମସ୍ତ ମହାବିଦ୍ୟାଳୟରେ +୨ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ଭୁବନ ଏନ୍ଏସିର ମହିଳା ମହାବିଦ୍ୟାଳୟ, ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଓ ବ୍ଲକର ଜିରାଳ ମହାବିଦ୍ୟାଳୟ, ମଠକରଗୋଳା ମହାବିଦ୍ୟାଳୟ, ବାରୁଆ ବାଲୁଙ୍କେଶ୍ୱର ମହାବିଦ୍ୟାଳୟ, କୁନିନ୍ଦା ତପୋବନ ମହାବିଦ୍ୟାଳୟ, ନୂଆହାଟ ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳାର ସହିତ ନାମଲେଖା ଆରମ୍ଭ ହୋଇଛି। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ପ୍ରଥମ ଦିନରେ କଳା ବିଭାଗରେ ୯୦, ବିଜ୍ଞାନ ବିଭାଗରେ ୪୫ ଓ ବାଣିଜ୍ୟ ବିଭାଗରେ ୨୪ ଜଣ ନାମ ଲେଖାଇଛନ୍ତି। ସରକାରଙ୍କ ନୀତି ନିୟମକୁ ଆଧାର କରି ସମସ୍ତ ଛାତ୍ରୀଛାତ୍ରଙ୍କୁ ସ୍କ୍ରିନିଂ କରାଯିବା ସହିତ ମାକ୍ସ ଉପରେ ଗୁରୁତ୍ୱ ଦେଇ ନାମଲେଖା କରାଇଛନ୍ତି। ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।