ଯୁକ୍ତ ୨ ନାମଲେଖା ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟ ବୃଦ୍ଧି କରାଯାଇଛି। ଚଳିତମାସ ୨୬ ପରିବର୍ତ୍ତେ ୩୦ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ନାମଲେଖା ପ୍ରକ୍ରିୟା ସମୟରେ କୋଭିଡ ନିର୍ଦ୍ଦେଶାବଳୀ ଉପରେ କଡା ନଜର ରଖିବା ପାଇଁ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବାକୁ କୁହାଯାଇଛି। ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ ଇନଚାର୍ଜମାନଙ୍କୁ ସିବିଏସଇ ଓ ଆଇସିଏସଇ ଛାତ୍ରୀଛାତ୍ରମାନଙ୍କ ଡିଜିଲକର୍‌ ସାର୍ଟିଫିକେଟ ଜରିଆରେ ନାମଲେଖା କରିବାକୁ ଅନୁରୋଧ କରାଯାଇଛି।

Share