ଝାଡା ବାନ୍ତିରେ ୨ ଆକ୍ରାନ୍ତ

ପାପଡାହାଣ୍ଡି,୩୧।୧(ଡି.ଏନ୍‌.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଶୁଖୁଆ ଝାଡା ବାନ୍ତିର କାରଣ ବୋଲି ସନ୍ଦେହ କରାଯାଉଛି । ଆକ୍ରାନ୍ତ ମାନେ ହେଲେ ମୁକ୍ତା ଭତରା ଓ ଗୋରି ଭତରା । ସୋମବାର ରାତିରୁ ଉଭୟ ଗୁରୁତର ହୋଇଥିଲେ। ପରେ ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Share