Categories: ଜାତୀୟ

୨ ଅଲ୍‌ କାଏଦା ସନ୍ଦିଗ୍ଧ ଗିରଫ, ପ୍ରେସର କୁକର ବୋମା ଜବତ…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ କାକୋରି ଅଞ୍ଚଳରୁ ସନ୍ଦିଗ୍ଧମାନଙ୍କୁ ଏଟିଏସ୍‌ ଟିମ୍‌ ଗିରଫ କରିଛି। ସେମାନଙ୍କଠାରୁ ପ୍ରେସର କୁକର ବୋମା ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେମାନେ କୌଣସି ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବା ଆଶଙ୍କା କରାଯାଉଛି। ଏନେଇ ଏଟିଏସ୍‌ ପକ୍ଷରୁ ପଚରା ଉଚରା ଜାରି ରହିଛି। ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧଙ୍କ ନାମ ଶହିଦ୍‌। ତାଙ୍କର ଏକ ଗ୍ୟାରେଜ୍‌ ଥିବା ଏଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୨-୩ ଦିନ ମଧ୍ୟରେ ସେମାନେ କୌଣସି ବଡ଼ ଧରଣର ବିସ୍ଫୋରଣ କରିବାର ଯୋଜନା କରୁଥିବା ଏଟିଏସ୍‌ କହିଛି।

Share