ଶ୍ରୀନଗର,୮।୧୧:ଉତ୍ତର କାଶ୍ମୀରର କୁପୱାଡା ଜିଲାସ୍ଥିତ କେରନ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିବାବେଳେ ୩ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି। ଆତଙ୍କବାଦୀ ସୀମା ଅତିକ୍ରମ କରି ଅନୁପ୍ରବେଶ କରିବାର ଦୁଃସାହସ କରିବାରୁ ଯବାନମାନେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ସୂଚନାଯୋଗ୍ୟ, ଏଲଓସି ନିକଟରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଯବାନମାନେ ଗୁଳି ଚଳାଇଥିଲେ। ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।