Categories: ଜାତୀୟ

ପାଟ୍ରୋଲିଂ ବେଳେ ବିସ୍ଫୋରଣ

ଜମ୍ମୁ, ୩୧।୧୦: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅଧୀନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟ ଆଗୁଆ ଘାଟିରେ ଶନିବାର ବିସ୍ଫୋରଣ ଘଟି ଜଣେ ସେନା ଅଫିସର ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ନୌଶେରା ସେକ୍ଟର ଅନ୍ତର୍ଗତ କଲାଲ ଅଞ୍ଚଳରେ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଗୁରୁତର ଆହତ ଯବାନଙ୍କୁ ତୁରନ୍ତ ନିକଟସ୍ଥ ମିଲିଟାରୀ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅନୁପ୍ରବେଶ ରୋକିବା ପାଇଁ ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା। ତେବେ ଉକ୍ତ ଲ୍ୟାଣ୍ଡମାଇନ କିମ୍ବା ଆତଙ୍କବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ।

Share