Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କ ସହିତ ଏନକାଉଣ୍ଟରରେ ଦୁଇ ଯବାନ ସହିଦ

ନୂଆଦିଲ୍ଲୀ, ୨୨।୧୧: ବୁଧବାର ଜମ୍ମୁ କଶ୍ମୀରର ରଜୌରୀ ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଧର୍ମସାଲ ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସର ମିଳିତ ବାହିନୀ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟରରେ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ଅଧିକାରୀ। ପିଟିଆଇ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ଦୁଇ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସହିଦ ଦୁଇ ଜଣଙ୍କ ମଧ୍ୟରେ ଜଣେ ଅଧିକାରୀ, ଅନ୍ୟଜଣେ ସୈନିକ ରହିଛନ୍ତି ଏବଂ ଅନ୍ୟ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି।

 

Share