Categories: କନ୍ଧମାଳ

ବାହାର ଜିଲାକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଗିରଫ

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ବାହାର ଜିଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ସେମାନଙ୍କଠାରୁ ୫ କେଜି ଗଞ୍ଜେଇ ଜବତ କରିଥିବା ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳର ସନ୍ତୋଷ ବେହେରା ଏବଂ ନିରଞ୍ଜନ ସ୍ବାଇଁ। ସେମାନେ ଏକ ସ୍କୁଟିରେ ଏହି ଗଞ୍ଜେଇ ନେଇ ଗଞ୍ଜାମ ଅଭିମୁଖେ ଯାଉଥିଲେ। ସେମାନଙ୍କ ନାମରେ ବେଆଇନ ନିଶା କାରବାର ଅଭିଯୋଗରେ ପୋଲିସ ୧୭୫/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଆଇଆଇସି କହିଛନ୍ତି।