ବାଇକ୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗଞ୍ଜାମ ଜିଲା ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ମାଡ଼ିବସିଛି। ଏକ ବାଇକ୍‌ ସହ ୧୧ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବାଲିଗୁଡ଼ା ଥାନା ତଥା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଅଞ୍ଚଳର ଅନୁପ ପ୍ରଧାନ ଏବଂ ଶ୍ରୀରାମ ପ୍ରଧାନ। ସେମାନଙ୍କ ନାମରେ ପୋଲିସ ଏକ ମାମଲା ( ୧୦୨/୨୪) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ପ୍ରକାଶ ଯେ, ଅଞ୍ଚଳରୁ ଏକ ବାଇକ୍‌ ନଂ ( ଓଡି ୨୭ ବି ୫୧୪୯)ରେ ଦୁହେଁ ନିଜ ଅଞ୍ଚଳରୁ ଗଞ୍ଜେଇ ବସ୍ତା ନେଇ ଗଞ୍ଜାମ ଜିଲା ଅଭିମୁଖେ ଯାଉଥିଲେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦାରିଙ୍ଗବାଡ଼ି ବଏନ ଶଙ୍ଖ ନିକଟରେ ରାସ୍ତା ବ୍ଲକ୍‌ କରି ଦୁହିଁଙ୍କୁ ଧରିବାରେ ସଫଳ ହୋଇଥିବା ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହେରା କହିଛନ୍ତି।

Share