Categories: ଜାତୀୟ

ଇସ୍ରୋ ନିଯୁକ୍ତି ପରୀକ୍ଷାରେ କପି କରି ୨ ଗିରଫ

ଥିରୁଭାନନ୍ତପୁରମ୍‌,୨୨।୮: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ରେ ନିଯୁକ୍ତି ଲାଗି ଅନୁଷ୍ଠିତ ପରୀକ୍ଷାରେ କପି କରି ୨ଜଣ ଧରାପଡ଼ିଛନ୍ତି। ସେମାନେ ହେଲେ ହରିୟାଣାର ସୁନୀଲ କୁମାର ଓ ମନୋଜ କୁମାର। ରବିବାର ଥିରୁଭାନନ୍ତପୁରମଠାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ରରୁ ଗିରଫ କରାଯାଇଥିଲା। ଉଭୟେ ବେଆଇନ ଭାବେ ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଓ ବ୍ଲୁଟୁଥ୍‌ ନେଇ ପ୍ରଶ୍ନପତ୍ର ବାହାରକୁ ପଠାଇବା ସହ ଉତ୍ତର ପାଇଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ଉଭୟଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।

Share