ବନ୍ୟପ୍ରାଣୀ ଶିକାର କରି ଆଣୁଥିଲେ, ପଡ଼ିଲେ ଧରା

ଜମନକିରା,୫ା୫(ଡି.ଏନ୍‌.ଏ.): ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଗୁରୁବାର ବନ କର୍ମଚାରୀ ଚଢ଼ାଉ କରି ଚଉଶିଙ୍ଗାର ମୁଣ୍ଡ, ଚମଡ଼ା ଓ ମାଂସ ଜବତ କରିଛି। ବନ ବିଭାଗ ସୂଚନା ଅନୁସାରେ, ବଡ଼ଖଲିଆ ଗାଁର ସୁଶିଲ ଭଇଁସା(୨୯) ଓ ସଞ୍ଜୟ ଭଇଁସା (୨୬) ଚଉଶିଙ୍ଗା ମାରି ମାଂସ କାଟୁଥିବା ଖବର ମିଳିଥିଲା। ରେଞ୍ଜର ଦିଲୀପ କୁମାର ମେଣ୍ଡୱାଲାଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀମାନେ ଚଢାଉ କରି ଉପରୋକ୍ତ ସାମଗ୍ରୀ ଜବତ କରିଥିଲେ। ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ବଡ଼ରମା କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଉଛି। ଏ ନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Share