ଭୁବନେଶ୍ୱର,୮।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ। www.odisharesults.nic.in ୱେବସାଇଟ୍ରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଫଳ ଦେଖିପାରିବେ। ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିଲା।
ବିଜ୍ଞାନରେ ପାସ୍ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୯ ପ୍ରତିଶତ ରହିଥିଲା। ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତ୨ ପରୀକ୍ଷା ଦେଇଥିଲେ। କଳାରେ ୨ଲକ୍ଷ ୧୩ ହଜାର ୪୩୨ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ।