ମଣ୍ଟେଗୋମେରି
ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ବେଶ୍ ନିଆରା ଅନୁଭୂତି ହୋଇଥାଏ। ନିକଟରେ ଆମେରିକାର ଜଣେ ମହିଳା ଗର୍ଭବତୀ ଅଛନ୍ତି। ତେବେ ସେହି ମହିଳା ତାଙ୍କ ଗର୍ଭରେ ଦୁଇଟି ଶିଶୁଙ୍କୁ ଧାରଣ କରିଛନ୍ତି। ହେଲେ ଉକ୍ତ ଦୁଇ ଶିଶୁ ଯାଆଁଳା ନ ଥିବା ଜଣାପଡ଼ିଛି। ଏପରି ଘଟଣା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ମୁତାବକ, ଆଲାବମାର ବାସିନ୍ଦା କେଲ୍ସି ହାଚେରୀ ଏବଂ ତାଙ୍କ ସ୍ବାମୀ କଲେବଙ୍କ ପୂର୍ବରୁ ୩ ସନ୍ତାନ ଅଛନ୍ତି। କେଲ୍ସି ଚଳିତବର୍ଷ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। କ୍ରୀଷ୍ଟମାସକୁ ତାଙ୍କ ଡେଲିଭରି ସମୟ ଥିବା ଡାକ୍ତର କହିଛନ୍ତି। ପ୍ରକୃତରେ କେଲ୍ସି ୨ଟି ଗର୍ଭାଶୟ ସହିତ ଜନ୍ମ ହୋଇଥିଲେ। ଏବେ ତାଙ୍କର ୨ଟି ଗର୍ଭାଶୟରେ ୨ ପିଲା ରହିଛନ୍ତି। ଏହା ଏକ ବିରଳ ଘଟଣା। ଡେଲିଭରି ସମୟରେ କେଲ୍ସିଙ୍କ ପିଲା ନଷ୍ଟ ହୋଇଯିବା ନେଇ ଡାକ୍ତର ଚିନ୍ତା ପ୍ରକଟ କରିଛନ୍ତି। ୨ ପିଲା ଭିନ୍ନ ଗର୍ଭାଶୟରେ ଥିବାରୁ ସେମାନଙ୍କୁ ଯାଅଁାଳା କୁହାଯାଇ ପାରିବନି ବୋଲି ଆଲାବମାର ସ୍ତ୍ରୀ ବିଶେଷଜ୍ଞ ଶ୍ୱେତା ପଟେଲ କହିଛନ୍ତି।