ମଶାଧୂପରୁ ଜଳିଗଲା ୨ ବଖରା

ସୋର,୨୧ା୩: ସୋର ମ୍ୟୁନିସିପାଲିଟି ଅଧୀନ କାଜିମହଲା ବସ୍ତିରେ ମଶାଧୂପରୁ ଅଗ୍ନିକାଣ୍ଡ ଘଟିଛି। ବସ୍ତିର ସେକ୍‌ ଅମାନୁଲ୍ଲା(ମୁନା) ଶନିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ। ସକାଳ ହୋଇଯିବାରୁ ସେ ଧୂପ ଲିଭାଇବାକୁ ଭୁଲିଯାଇ ବାହରକୁ ଆସିଥିଲେ। ଏହି ଧୂପରୁ ଅଗ୍ନିକାଣ୍ଡ ଘଟି ତାଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଘରୋଇ ଆସବାପତ୍ର ପାଉଁଶ ହୋଇଯାଇଛି। ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Share