୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାସୁଦେବପୁର,୭।୧(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର- ଜାମୁଝାଡ଼ି ରାସ୍ତାର ମଖଲପୁର ଛକଠାରେ ୨ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁରର ପ୍ରଣୟ କୁମାର ଦାସ। ବାସୁଦେବପୁର ପୌରପାଳିକା ସାବରପୁରର ସେକ୍‌ ରହିମୁଦ୍ଦିନ(ଲାଲିଆ) ଗୁରୁତର ହୋଇଛନ୍ତି।

ଦୁର୍ଘଟଣା ପରେ ରହିମୁଦ୍ଦିନଙ୍କଠାରୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ମିଳିଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଭଦ୍ରକ ଏସ୍‌ଡିପିଓ ସୌରଭ ଓତାଙ୍କୁ ପଚାରିବାରୁ ପୋଲିସ ତଦନ୍ତ କରୁଛି ଓ ସମସ୍ତ ଦିଗ ପ୍ରତି ନଜର ରଖିଛି ବୋଲି କହିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ବାସୁଦେବପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏସ୍‌ଡିପିଓ ଓତା ଏବଂ ବାସୁଦେବପୁର ଥାନା ଆଇଆଇସି ଲୋପାମୁଦ୍ରା ନାୟକ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ

ରାୟଗଡା,୨୧।୩( ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଏକ ୧୩ମାସର ଶିଶୁ ପୁତ୍ରର ମୃତ...

କେସିଙ୍ଗା ତହସିଲଦାରଙ୍କ ନେତୃତ୍ୱରେ ସିରଜାପାଲିରେ ଉଚ୍ଛେଦହେଲା ଜବରଦଖଲ

କେସିଙ୍ଗା,୨୧.୩(ତୁମେଶର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ପ୍ରାୟ ୩୦୦ ଏକର ଗୋଚର ଭୂମିକୁ ଲୋକେ ଜବରଦଖଲ କରି ଚାଷ କରୁଥିବା...

ଗୁଳିବିଦ୍ଧ ବାରହାର ମୃତଦେହ ଜବତ; ଦେଶୀ ବନ୍ଧୁକ ଜବତ, ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ବାରିହାକଟା ଗ୍ରାମ ନିକଟ ଗାଇଡା ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ସକାଳ ପ୍ରାୟ ସାଢ଼େ...

ମତ୍ସ୍ୟଜୀବୀଙ୍କ ସହ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଦେଖିଲେ ପ୍ରଶାସନିକ ଟିମ୍‌

ଛତ୍ରପୁର, ଦିଲ୍ଲୀପ ସାମଲ ୨୧।୩ : ସମୁଦ୍ର ଆଁ କରି ରହିଛି । କେଉଁ ମୁହୁର୍ତ୍ତରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସମୁଦ୍ର ଗିଳି ଦେବ । ଆର୍ଯ୍ୟପଲ୍ଲୀ...

ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ

ପଟ୍ଟାଙ୍ଗି,୨୧ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଉପରସେମ୍ବି ଗ୍ରାମର ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ...

ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାରେ ବୁଧବାର ସକାଳେ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ନଂ. (ଓଡ଼ି ୦୭ ଟି –...

ପୋଲରେ ପିଟିହେଲା ସ୍କୁଟି : ୨ ମୃତ, ୨ ଆହତ

ଜି.ଉଦୟଗିରି,୨୧ା୩(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟ ଏକ ପୋଲରେ ସ୍କୁଟି ପିଟିହୋଇ...

ନାମ ଯଜ୍ଞ ଦେଖି ଫେରିଲା ବେଳକୁ ନ ଥିଲା ଗାଡ଼ି

ଭଞ୍ଜନଗର,୨୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରୁ ଗୁରୁବାର ରାତିରେ ଏକ ବାଇକ ଚୋରି ହୋଇଛି। ଏ ନେଇ ହରିଗଡ ଗ୍ରାମର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image