୨ ବାଇକ୍‌ ମୁହାଁମୁହିଁ: ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ, ୨୯।୫: ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହ ବାଇପାସ୍‌ ନିକଟରେ ସୋମବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାବରଙ୍ଗ ଅଞ୍ଚଳର ଭଜୁ କିଶୋର ବେହେରାଙ୍କ ପୁଅ ପ୍ରଫୁଲ୍ଲ। ସେ ବାଇକ୍‌ରେ ଭଦ୍ରକ ଆସୁଥିବା ବେଳେ ହଳଦୀଡିହ ବାଇପାସ୍‌ ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍‌ ସହ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।