ବସ୍‌ ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୩।୨(ଅଶୋକ କୁମାର ମହାପାତ୍ର ): କଟକ ଜିଲା ସାଲିପୁର ଥାନା ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଜହ୍ନିଆ ଛକ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପକ୍ଷେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ପୋଲିସ ଉଭୟ ଗାଡିକୁ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଶନିବାର ସକାଳେ ଏକା ଯାତ୍ରୀବାହୀ ବସ୍‌ ନନ୍ଦଲାଲା(ଓଡ଼ି୦୨ବିଓ୍ବାଇ-୨୧୩୧) କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକା ବାଇକ୍‌ ସହ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୨ଜଣକୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାଲିପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘନକୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image