୨ ବାଇକ ମୁହାଁମୁହିଁ, ଜଣେ ମୃତ

ଛତ୍ରପୁର ,୧୦ା୧୨ (ଦିଲ୍ଲୀପ ସାମଲ ): ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକଠାରେ ଶନିବାର ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲେ ନରେନ୍ଦ୍ରପୁର ଗ୍ରାମର ଶିାନନ୍ଦ ନାୟକ(୨୮)। ଶିବାନନ୍ଦ ନିଜର ମୋଟରସାଇକେଲରେ ଛତ୍ରପୁରରୁ ଗ୍ରାମକୁ ଯାଉଥିଲା ବେଳେ ବ୍ରହ୍ନପୁରରୁ ଜନୈକ ଯୁବକ ବାଇକ ଯୋଗେ ଆସୁଥିଲେ। ଏହି ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଆହତ ଯୁବକଙ୍କ ପରିଚୟ ମିଳିନାହିଁ। ଜଗନ୍ନାଥପୁର ବିଟ ହାଉସ ଅଧିକାରୀ ଏଏସଆଇ ଅରୁଣ କୁମାର ରାଉତ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।