୨ ଭାଜପା ବିଧାୟକ ବିଧାନସଭାରୁ ସସ୍‌ପେଣ୍ଡ

ଭୁବନେଶ୍ୱର,୨୮।୯(ସୁନିତ୍‌ ମିଶ୍ର): ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସି ଭାଜପା ବିଧାୟକମାନେ ହୋହଲ୍ଲା କରିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଡାଲି ଭର୍ତ୍ତି ପଲିଥିନ ପ୍ୟାକେଟ୍‌ ଆଣି କିଛି ସମୟ ଦେଖାଇବା ପରେ ବାଚସ୍ପତିଙ୍କ ଆଡକୁ ଫିଙ୍ଗି ଥିଲେ। ଏହାକୁ ପ୍ରଥମେ ବିଜେଡି ସଦସ୍ୟ ଦେବୀ ମିଶ୍ର ନିନ୍ଦା କରିଥିଲେ। ପରେ ବାଚସ୍ପତି ୨ ଭାଜପା ବିଧାୟକଙ୍କୁ ଗୃହରୁ ସସ୍‌ପେଣ୍ଡ କରିଛନ୍ତି।

ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବିରୋଧୀ ଦଳ ନେତାଙ୍କୁ ବିଜେଡି ବିଧାୟକ ମେଣ୍ଟାଲ ଡିଜଅର୍ଡର କହିଥିଲେ। ଏହାକୁ ବିବରଣୀରୁ ବାଦ ଦେବାକୁ କୁହାଯାଇଥିଲା। ହେଲେ ବାଚସ୍ପତି ଏହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପେକ୍ଷ ନୁହନ୍ତି। ସେ ଦଳୀୟ କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି। ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, କିନ୍ତୁ ସେ ସସ୍‌ପେଣ୍ଡ କରୁଛନ୍ତି। ସସ୍‌ପେଣ୍ଡକୁ ଦଳ ଡରୁ ନାହିଁ। ଦଳ ପକ୍ଷରୁ ପ୍ରତିବାଦ ଜାରି ରହିବ ବୋଲି ଜୟନାରାୟଣ କହିଛନ୍ତି।

Share