Categories: ଜାତୀୟ

ଲଖିମପୁରରେ ୨ ଡଙ୍ଗାବୁଡ଼ିି, ୨୫ ନିଖୋଜ…

ଚେନ୍ନାଇ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ଜିଲାରେ ବୁଧବାର ୨ଟି ଡଙ୍ଗାବୁଡ଼ି ଘଟଣାରେ ୨୫ ଜଣ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ମିର୍ଜାପୁର ଗାଁର ୧୦ ଜଣ ଲୋକ ଚାଷ ଜମିରେ କଟାହୋଇ ପଡ଼ିଥିବା ଧାନ ସଂଗ୍ରହ କରିବାକୁ ଡଙ୍ଗାରେ ଯାଇଥିଲେ। ତେବେ ଘାଘରା ନଦୀର ପ୍ରବଳ ସ୍ରୋତରେ ଡଙ୍ଗା ଓଲଟି ପଡ଼ିଥିଲା।

ଖବର ପାଇ ଉଦ୍ଧାକାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପ୍ରବଳ ସ୍ରୋତ ଯୋଗୁ ଆଗେଇ ପାରି ନ ଥିଲେ। ଏହାପରେ ଷ୍ଟିମରର ସହାୟତାରେ ନଦୀ ଆରପଟକୁ ଯିବାର ପ୍ରୟାସ ଜାରି ରହିଛି।

ସେହିପରି ଅନ୍ୟ ଏକ ଡଙ୍ଗାବୁଡ଼ି ଘଟଣା ଧୋରହରା ଜଙ୍ଗଲ ଅଞ୍ଚଳର ମଟେରା ଗାଁ ନିକଟରେ ଘଟିଛି। ଚାଷଜମିକୁ ଡଙ୍ଗାରେ ଯାଉଥିବା ୧୮ ଜଣ ଲୋକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣଙ୍କୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ଅନ୍ୟ ୨ ପହଁରି କୂଳରେ ପହଞ୍ଚିଛନ୍ତି। ତେବେ ଅନ୍ୟ ୧୫ ଜଣଙ୍କର କୌଣସି ଖୋଜ୍‌ ଖବର ମିଳିନାହିଁ। ଯୁଦ୍ଧକାଳୀନ ଭିତ୍ତିିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲା ଅଧିକାରୀ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍‌ଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Share