ବ୍ରିଜ ନିକଟରୁ ୨ ଅଫୁଟା ବୋମା ଜବତ

ଭଦ୍ରକ ଅଫିସ,୨ା୩: ଚାନ୍ଦବାଲି-କଟକ ମୁଖ୍ୟ ରାସ୍ତା ଚାନ୍ଦବାଲି ବୈତରଣୀ ସେତୁ ନିକଟରୁ ଦୁଇଟି ହାତ ତିଆରି ଅଫୁଟା ବୋମା ଗୁରୁବାର ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ଉକ୍ତ ସକାଳୁ ବ୍ରିଜ୍‌ ନିକଟକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଶୌଚ ହେବାକୁ ଯାଇଥିଲେ। ସେଠାରେ ଏକ ବ୍ୟାଗ୍‌ରେ ୨ଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବା ପରେ ଚାନ୍ଦବାଲି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବୋମା ଉଦ୍ଧାର କରି ପାଣିରେ ଫିଙ୍ଗି ଥିଲେ। ଏଠାରେ କିଏ କ’ଣ ପାଇଁ ବୋମା ରଖିଥିଲା ତାହାର କାରଣ ଖୋଜୁଛି ପୋଲିସ।

Share